ପୁଣି ବିଗିଡ଼ିଲା ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ; ହସ୍ପିଟାଲରେ ହେଲେ ଭର୍ତ୍ତି

Advertisment
ପୁଣି ବିଗିଡ଼ିଲା ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ; ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡ଼ି ଯାଇଛି। ତାଙ୍କୁ କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

କିଛିଦିନ ପୂର୍ବରୁ ଅର୍ଥାତ ଜାନୁଆରି ୨ ତାରିଖରେ ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

Sourav Ganguly admitted to hospital again | The Business Standard

ଆଞ୍ଜିଓପ୍ଲାଷ୍ଟି କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଥା ଡାକ୍ତର ସୂଚନା ଦେଇଥିଲେ। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖା ଦେଇଥିବା ଡାକ୍ତରମାନେ ସେ ସମୟରେ କହିଥିଲେ।

ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ। ତେବେ ଗାଙ୍ଗୁଲି ବିପଦ ମୁକ୍ତ ଥିବାରୁ ତାଙ୍କୁ ଜାନୁଆରି ୭ ତାରିଖରେ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe