Image Courtesy of India TV
ଜୋହନ୍ସ୍ବର୍ଗ: ଶନିବାର ରାତିରେ ଦକ୍ଷିଣ ଆଫ୍ରିକାର ଜୋହନ୍ସ୍ବର୍ଗସ୍ଥିତ ସୋୱେଟୋ ଟାଉନ୍ସିପ୍ରେ ଥିବା ଏକ ବାର୍ରେ ଗୁଳିକାଣ୍ଡ ଘଟିବାରୁ ଅନ୍ୟୂନ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛିଏବଂ ଆଉ ୩ଜଣ ସାଙ୍ଘାତିକ ଆହତ ହୋଇଥିବା କଥା ପୁଲିସ କହିଛି।
ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ କ୍ରିସ୍ ହାନି ବରଗୱନାଥ ହସ୍ପିଟାଲ୍କୁ ନିଆଯାଇଛି।
ଆଜି ସକାଳେ ପୁଲିସ ମୃତ ବ୍ୟକ୍ତିମାନଙ୍କ ଶବ ଉଦ୍ଧାର କରିବା ପରେ ଗଣ ନରସଂହାରର କାରଣ ବିଷୟରେ ତଦନ୍ତ କରୁଛି। ପୁଲିସ କହିଛି ଯେ, ଶନିବାର ବିଳମ୍ବିତ ରାତିରେ ଗୋଟାଏ ମିନିବସ୍ ଟ୍ୟାକ୍ସିରେ ଦଳେ ଲୋକ ଆସି ବାର୍ର କେତେକ ଗ୍ରାହକଙ୍କ ଉପରକୁ ଗୁଳି ଚଳାଇଥିଲେ।
Image Courtesy of The Tribuneଦଳେ ଲୋକ ଗ୍ରାହକମାନଙ୍କ ଉପରକୁ ଗୁଳି ଚଳାଇଥିବା କଥା ଘଟଣାସ୍ଥଳରୁ ମିଳିଥିବା ଗୁଡ଼ିଏ ‘କ୍ୟାଟ୍ରିଜ୍’ ସୂଚାଉଛି ବୋଲି ଗଟେଙ୍ଗ୍ ପ୍ରଦେଶର ପୁଲିସ କମିସନର୍ ଲେଫଟ୍ନାଣ୍ଟ୍ ଜେନେରାଲ୍ ଏଲିଆସ୍ ମୱେଲା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥାମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାତିରେ ଉକ୍ତ ଲାଇସେନ୍ସ୍ପ୍ରାପ୍ତ ବାର୍ରେ ଲୋକେ ଫୂର୍ତ୍ତି କରୁଥିଲେ। ହଠାତ୍ ସେମାନେ ଗୁଳି ଫୁଟା ଶବ୍ଦ ଶୁଣିଥିଲେ। ସେତେବେଳେ ଯାଇ ସୋମନେ ବାର୍ରୁ ଧାଇଁ ପଳାଇବାକୁ ଉଦ୍ୟମ କରିଥିଲେ। ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଆମେ ଏପର୍ଯ୍ୟନ୍ତ ସବିଶେଷ ବିବରଣୀ ପାଇନାହୁଁ। କାହିଁକି ବନ୍ଧୁକଧାରୀମାନେ ବାର୍ରେ ଥିବା ଲୋକମାନଙ୍କୁ ଆକ୍ରମଣ କଲେ ତାହା ମଧ୍ୟ ଜଣାପଡ଼ି ନାହିଁ। ଏହି ଗୁଳିକାଣ୍ଡରେ ଉଚ୍ଚ କ୍ଷମତାସମ୍ପନ୍ନ ବନ୍ଧୁକ ବ୍ୟବହୃତ ହୋଇଥିଲା।
Follow Us