ପୁଣି ରୂପ ବଦଳାଇଲା କରୋନା: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ, ଦେଖିବାକୁ ମିଳିଛି ଏକାଧିକ ରୂପାନ୍ତର

ପୁଣି ରୂପ ବଦଳାଇଲା କରୋନା: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ, ଦେଖିବାକୁ ମିଳିଛି ଏକାଧିକ ରୂପାନ୍ତର

ନୂଆଦିଲ୍ଲୀ: କରୋନା ଟିକା ଦିଆଯିବା ପରେ ଏବେ ବିଶ୍ବରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ହେଲେ ଏମଧ୍ୟରେ ଦକ୍ଷିଣ ଆଫ୍ରିକା ଦେଇଥିବା ସୂଚନା ଚିନ୍ତାର ବିଷୟ ପାଲଟିଛି। ଦ୍ବିତୀୟ ଲହର ପରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା କମ ବୋଲି କହୁଥିଲେ ବିଶେଷଜ୍ଞ। ହେଲେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ିଛି। ଦେଶରେ ଏକାଧିକ ରୂପାନ୍ତର ସହ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକା।

South Africa Detects New COVID-19 Variant With Multiple Mutations www.ndtv.com

"ଦୁର୍ଭାଗ୍ୟବଶତଃ ଆମେ ଏକ ନୂତନ ପ୍ରକାର ଭାରିଆଣ୍ଟ ଚିହ୍ନଟ କରିଛୁ, ଯାହା ଦକ୍ଷିଣ ଆଫ୍ରିକାରେ ଚିନ୍ତାର କାରଣ ପାଲଟିଛି ବୋଲି ଭାଇରୋଲୋଜିଷ୍ଟ ଟୁଲିଓ ଡି ଅଲିଭେଇରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତାଙ୍କର ଏଭଳି ଘୋଷଣା ଏବେ ବିଭିନ୍ନ ଦେଶର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସଂକ୍ରମଣ ବହୁ କଷ୍ଟରେ ନିୟନ୍ତ୍ରଣକୁ ଆସିବା ପରେ ଏଭଳି ନୂଆ ଭାରିଆଣ୍ଟ ପୁଣି କେଉଁ ନୂଆ ବିପଦ ଆଣିବ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନୂଆ ଭାରିଆଣ୍ଟ କେତେ ବିପଦଜ୍ଜନକ ହେବ, ତାହା ଜଣାପଡ଼ିନଥିଲେ ବୋଲି ଲୋକଙ୍କର ସତର୍କ ରହିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe