ଦକ୍ଷିଣ ଚୀନ୍‌ ସାଗରରେ ଭାରତର ଯୁଦ୍ଧ ଜାହାଜ, ଚୀନର ଚିନ୍ତା ବଢ଼ାଇଲା

Advertisment

ଗଲ୍‌ୱାନ୍‌ ସଂଘର୍ଷ ପରେ ବଦଳିଛି ରଣନୀତି

ଗଲ୍‌ୱାନ୍‌ ସଂଘର୍ଷ ପରେ ବଦଳିଛି ରଣନୀତି

ଦକ୍ଷିଣ ଚୀନ୍‌ ସାଗରରେ ଭାରତର ଯୁଦ୍ଧ ଜାହାଜ, ଚୀନର ଚିନ୍ତା ବଢ଼ାଇଲା

Image Courtesy of NDTV

ନୂଆଦିଲ୍ଲୀ: ଗଲ୍‌ୱାନ୍‌ ଉପତ୍ୟକାରେ ଚୀନ୍‌ ସେନା ସହ ସଂଘର୍ଷ ପରେ ଭାରତ ଏବେ ଚୀନ୍‌ ସଂକ୍ରାନ୍ତ ସାମରିକ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜକୁ ଦକ୍ଷିଣ ଚୀନ୍‌ ସାଗରରେ ମୁତୟନ କରି ଚୀନ୍‌କୁ ଚମକାଇ ଦେଇଛି। ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଏକ୍‌ଚାଟିଆ ଅଧିକାର ଦାବି କରୁଥିବା ଚୀନ୍‌ ଭାରତର ଏଭଳି ରଣନୀତିର ପ୍ରତିବାଦ କରିବା ସହ ଏବାବଦରେ ତୁରନ୍ତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି। ୨୦୦୯ରୁ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ କୃତ୍ରିମ ଦ୍ବୀପ ଏବଂ ସାମରିକ ଘାଟି ସ୍ଥାପନ କରି ଯେଭଳି ଏକଚାଟିଆ ଅଧିକାର ଜାହିର କରିଆସିଛି ତାହାକୁ ଆମେରିକା, ଜାପାନ୍‌ ସମେତ ବିଭିନ୍ନ ରାଷ୍ଟ୍ର ବିରୋଧ କରି ଆସୁଛନ୍ତି। ତେବେ ଭାରତର ଯୁଦ୍ଧ ଜାହାଜ ପ୍ରଥମ ଥର ପାଇଁ ଦକ୍ଷିଣ ଚୀନ୍‌ ସାଗରରେ ମୁତୟନ ହୋଇଥିବାରୁ ଚୀନ୍‌ର ଚିନ୍ତା ବଢ଼ିଯାଇଛି।

ନିକଟ‌ରେ ପୂର୍ବ ଲଦାଖ୍‌ର ଗଲୱାନା ଉପତ୍ୟକାରେ ଚୀନ୍‌ ସେନା ସହ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହି ସଂଘର୍ଷ ପରେ ଚୀନ୍‌ ସୀମାରେ ଭାରତର ସେନା ମୁତୟନ ସ୍ଥିତି, ପାଟ୍ରୋଲିଂ ଏବଂ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଥିଲା। ଏବେ ଦକ୍ଷିଣ ଚୀନ୍‌ ସାଗରରେ ଭାରତୀୟ ଯୁଦ୍ଧ ଜାହାଜର ଉପସ୍ଥିତି ଚୀନ୍‌ର ଆକ୍ରମଣାତ୍ମକ ନୀତିର ଜବାବରେ ଭାରତର ବହୁତ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଚୀନ୍‌ ଏବେ ଏବାବଦରେ ତୁରନ୍ତ କୂଟନୈତିକ ଆଲୋଚନା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଆଣ୍ଡାମାନ୍‌ ନିକୋବରର ମଲାକା ପ୍ରଣାଳୀ ଅଞ୍ଚଳରେ ପୂର୍ବରୁ ଚୀନ୍‌ ନୌସେନା ବାରମ୍ବାର ଅତିକ୍ରମଣ କରିଥିବାରୁ ଏବେ ଭାରତର ପଦକ୍ଷେପ ଚୀନ୍‌ ପାଇଁ ଏକ କଡ଼ା ଜବାବ ସାବ୍ୟସ୍ତ ହୋଇଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତ ମହାସାଗରରେ ଚୀନ୍‌ର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମଲାକା ପ୍ରଣାଳୀ ଦେଇ ଜଳପଥରେ ଚୀନ ଏହାର ବାଣିଜ୍ୟିକ କାରବାର କରିଥାଏ। ଚୀନର ବାଣିଜ୍ୟିକ ଜାହାଜଗୁଡ଼ିକ ଏହି ପ୍ରଣାଳୀ ଦେଇ ବିଦେଶକୁ ଯା’ଆସ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe