ଜାହାଙ୍ଗୀରପୁରୀ ପରେ ଏବେ ଶାହିନ ବାଗ ପାଳି, ଦିଲ୍ଲୀର ଏସବୁ ଅଞ୍ଚଳରେ କରାଯିବ ଜବରଦଖଲ ଉଚ୍ଛେଦ

Advertisment
ଜାହାଙ୍ଗୀରପୁରୀ ପରେ ଏବେ ଶାହିନ ବାଗ ପାଳି, ଦିଲ୍ଲୀର ଏସବୁ ଅଞ୍ଚଳରେ କରାଯିବ ଜବରଦଖଲ ଉଚ୍ଛେଦ

aajtak

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ପରେ ଏବେ ଶାହିନ ବାଗରେ ଚାଲିବ ବୁଲଡୋଜର। କିଛି ଦିନ ତଳେ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ବି ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମର ମେୟର ମୁକେଶ ସୁର୍ଯ୍ୟନ କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଶାହିନ୍ ବାଗ, ସରିତା ବିହାର ଏବଂ କାଲିନ୍ଦି କୁଞ୍ଜରେ ବୁଲଡୋଜର ଚାଲିବ, କାରଣ ଲୋକମାନେ ଏଠାରେ ଜମି ବେଆଇନ ଭାବେ ଦଖଲ କରିଛନ୍ତି।

ଦକ୍ଷିଣ ଦିଲ୍ଲୀ ମହାନଗର ନିଗମର ମେୟର ମୁକେଶ ସୁର୍ଯ୍ୟନ୍ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଶାହିନ୍ ବାଗରେ ସରକାରୀ ସ୍ଥାନକୁ ଜବରଦଖଲ କରାଯାଇଛି। ଲୋକମାନେ କାଲିନ୍ଦି କୁଞ୍ଜ ଓ ସରିତା ବିହାରରେ ମଧ୍ୟ ବେଆଇନ ଭାବେ ଜମି ଦଖଲ କରି ଘର କରିଛନ୍ତି। ଦିଲ୍ଲୀରେ ଜବରଦଖଲ ବିରୋଧରେ ଆମେ ଏବେ ଏକ ବଡ ଅଭିଯାନ ଆରମ୍ଭ କରିଛୁ। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀମାନେ ଦିଲ୍ଲୀର ଅନେକ ସ୍ଥାନ ଦଖଲ କରିଛନ୍ତି। ଶାହିନ୍ ବାଗରେ ସରକାରୀ ସ୍ଥାନଗୁଡିକରେ ଜବରଦଖଲ ହୋଇଛି। ଆମେ ସର୍ଭେ କରିଥଲୁ। ଏବେ ଆମ ପାଖକୁ ରିପୋର୍ଟ ଆସିସାରିଛି। ଯେଉଁ ସ୍ଥାନରେ ଲୋକେ ଜବରଦଖଲ କରିଛନ୍ତି ସେସବୁକୁ ଭଙ୍ଗାଯିବ।

ସେ ଆହୁରି କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଏବଂ 7 ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଦିଲ୍ଲୀର ଲୋକଙ୍କ ବିଷୟରେ କିଛି ଭାବି ନାହାନ୍ତିା ଉଭୟ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଥଇଥାନ ପାଇଁ କାର୍ଯ୍ୟ କରିଥିଲେ। କିନ୍ତୁ ସେମାନେ ଦିଲ୍ଲୀର ନାଗରିକଙ୍କ ବିଷୟରେ କେବେ ଚିନ୍ତା କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe