ଦକ୍ଷିଣ ଭାରତୀୟ ରାଜ୍ୟର ଆସନ କମିଯିବ ବୋଲି... ନବବିବାହିତଙ୍କୁ ଷ୍ଟାଲିନଙ୍କ ପରାମର୍ଶ, ତୁରନ୍ତ ସନ୍ତାନ ଜନ୍ମ କର

ସୀମା ପୁନଃନିର୍ଦ୍ଧାରଣ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ କ୍ଷତି ସହିବେ। ସେମାନଙ୍କ ଆସନ କମିଯିବ ବୋଲି ଏସବୁ ରାଜ୍ୟ ଅଭିଯୋଗ କରୁଛନ୍ତି। ଏଭଳି ସମୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ନବ...

stalin

ଚେନ୍ନାଇ: ସୀମା ପୁନଃନିର୍ଦ୍ଧାରଣ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ କ୍ଷତି ସହିବେ। ସେମାନଙ୍କ ଆସନ କମିଯିବ ବୋଲି ଏସବୁ ରାଜ୍ୟ ଅଭିଯୋଗ କରୁଛନ୍ତି। ଏଭଳି ସମୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ନବ ବିବାହିତ ଦମ୍ପତିମାନଙ୍କୁ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ରାଜ୍ୟର ସଫଳ ପରିବାର ନିୟୋଜନ ପଦକ୍ଷେପ ଏବେ ସେମାନଙ୍କୁ କ୍ଷତିରେ ପକାଇଛି। ଜନସଂଖ୍ୟାଭିତ୍ତିକ ସୀମା ନିର୍ଦ୍ଧାରଣ ତାମିଲନାଡୁର ରାଜନୈତିକ ପ୍ରତିନିଧିତ୍ୱକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି। ପରିବର୍ତ୍ତିତ ଜନସଂଖ୍ୟା ଦୃଶ୍ୟପଟକୁ ନେଇ ସେ କହିଥିଲେ, ପୂର୍ବରୁ ଆମେ କହୁଥିଲୁ, ସମୟ ନିଅ ଏବଂ ଏକ ସନ୍ତାନ ଜନ୍ମ କର। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ଆମକୁ ବର୍ତ୍ତମାନ ସନ୍ତାନ ଜନ୍ମ କର ବୋଲି କହିବାକୁ ପଡ଼ୁଛି। ଜନଗଣନା ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ କାର୍ଯ୍ୟକାରୀ ହେବାର ସମ୍ଭାବନା ସହିତ ସେ ତାଙ୍କର ଉଦ୍‌ବେଗକୁ ଯୋଡ଼ିଥିଲେ।

ଆମେ ପରିବାର ନିୟୋଜନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛୁ ବୋଲି ସେ କହିଛନ୍ତି। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ପାଇଁ ଷ୍ଟାଲିନ୍ ମାର୍ଚ୍ଚ ୫ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ଯେ ସମସ୍ତେ ଏକାଠି ହୁଅନ୍ତୁ ଏବଂ ତାମିଲନାଡୁର ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ। ବୈଠକରେ ଯୋଗ ଦେବାକୁ ବିରୋଧୀ ଦଳଗୁଡ଼ିକୁ ସେ ଅନୁରୋଧ କରିଛନ୍ତି। ଦୟାକରି ଅହଂକାରକୁ ଦୂରେଇ ରଖନ୍ତୁ। ତାମିଲନାଡ଼ୁ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣର ପ୍ରଭାବ ବିଷୟରେ ଆଲୋଚନା ପାଇଁ ନିର୍ବାଚନ କମିସନଙ୍କ ନିକଟରେ ପଞ୍ଜୀକୃତ ୪୦ଟି ରାଜନୈତିକ ଦଳକୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି ବୋଲି ଷ୍ଟାଲିନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe