ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀଙ୍କ ଦୁର୍ଗ ପତନ

ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀଙ୍କ ଦୁର୍ଗ ପତନ

ଶ୍ରୀନଗର: କଶ୍ମୀର ଘାଟିରେ ଏବେ ଆତଙ୍କବାଦ ବିରୋଧୀ ଲଢ଼େଇ ଜୋରଦାର ହୋଇଥିବା ବେଳେ ସେନା-ସିଆରପିଏଫ୍‌-ପୁଲିସର ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ୟାପକ ଅଂଚଳରୁ ଆତଙ୍କବାଦୀ ମୂଳପୋଛ ହୋଇଯାଇଛନ୍ତି। ଦକ୍ଷିଣ କଶ୍ମୀରର ସର୍ବାଧିକ ଅଶାନ୍ତ ତଥା ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ସୋପିଆନ, ପୁଲଓ୍ଵାମା ଏବଂ କୁପଓ୍ଵାଡ଼ାରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରାଯିବା ପରେ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଛି। ମୋଷ୍ଟ ଓ୍ଵାଣ୍ଟେଡ ପାକିସ୍ତାନୀ ଲସ୍କର ଆତଙ୍କବାଦୀ ଅବୁ ଦୁଜାନା ନିହତ ହେବା ପରେ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ସମ୍ଭାବନା ଉଜ୍ଜଳ ହୋଇଛି। ବର୍ଷକ ମଧ୍ୟରେ ୭ ଜଣ ଲସ୍କର ଓ ହିଜ୍‌ବୁଲ କମାଣ୍ଡରଙ୍କୁ ନିପାତ କରାଯିବା ପରେ ସୁରକ୍ଷା ବାହିନୀ ନିଜ ସ୍ଥିତି ସୁଦୃଢ଼ କରିଛି। ଦକ୍ଷିଣ କଶ୍ମୀରରେ ଏବେ ଆଉ ୯ ଜଣ ଆତଙ୍କବାଦୀ ସେନା ଟାର୍ଗେଟ୍‌ରେ ଅଛନ୍ତି। ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପକୁ ନେଇ ସେନା ପକ୍ଷରୁ ସେମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି। ଏମାନଙ୍କୁ ଜୀବନ୍ତ ବା ମୃତ ଭାବେ ଧରିବା ପାଇଁ ସେନା ପକ୍ଷରୁ ପୁରସ୍କାର ଘୋଷଣା କରାଯାଇ ରାଜ୍ୟ ପୁଲିସ ସହଯୋଗରେ ମିଳିତ ପ୍ରୟାସ ଜାରି ରହିଛି। ଏମାନଙ୍କ ନିପାତ ପରେ କଶ୍ମୀର ଘାଟି ଅଞ୍ଚଳରେ ହିଂସା ବହୁ ପରିମାଣରେ ହ୍ରାସ ପାଇବ। ସ୍ଥାନୀୟ ଯୁବକମାନେ ଆତଙ୍କବାଦରୁ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ବୋଲି ସେନା ଆଶା ବାନ୍ଧିଛି। ବର୍ଷକ ମଧ୍ୟରେ ମଧ୍ୟରେ ୨ ଶହରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବାରୁ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ହିଜ୍‌ବୁଲ ପକ୍ଷରୁ ୩୦ରୁ ଅଧିକ ଆତଙ୍କବାଦୀଙ୍କୁ ଅଧିକୃତ କଶ୍ମୀର ପଠାଯାଇ ପାକ୍‌ ସେନା ଦ୍ୱାରା ତାଲିମ ଦିଆଯାଇଥିବା ଜଣାପଡ଼ିଛି।

ଗତମାସରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଏକ ଲଞ୍ଚ୍‌ ପ୍ୟାଡ୍‌ ଧ୍ୱସ୍ତ ହେବାପରେ ସେହି ଅଂଚଳ ଦେଇ ହେଉଥିବା ଅନୁପ୍ରବେଶ ମଧ୍ୟ କମିଛି । ପାକ୍‌ ସେନାର ଏହି ସ୍ଥାୟୀ ପୋଷ୍ଟ୍‍କୁ ପ୍ରାୟ ୨ ବର୍ଷ ହେଲା ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ ଆତଙ୍କବାଦୀଙ୍କୁ ତାଲିମଠାରୁ ଆରମ୍ଭ କରି ଭାରତ ପଠାଇବା ପର୍ଯ୍ୟସ୍ତ ସମସ୍ତ ଯୋଜନା ହେଉଥିଲା। ବିଏସ୍‌୍‌ଏଫ୍‌୍‌ର ମୋର୍ଟାର ମାଡ଼ରେ ପାକ୍‌ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ ଗତ ବର୍ଷ ସେପ୍‌୍‌ଟେମ୍ବରରେ ଭାରତୀୟ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକ୍‌ ଆତଙ୍କବାଦୀଙ୍କ ୨୨ଟି ଲଞ୍ଚ୍‌ ପ୍ୟାଡ୍‌ ଧ୍ୱଂସ କରିଥିଲା। ଏଥିରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe