ନିଜ ସହିତ ଘଟିଥିବା ଲୋମଟାଙ୍କୁରା ଘଟଣା ବଖାଣିଲେ ଗଣଦୁଷ୍କର୍ମ ପୀଡ଼ିତା ଆଇନ ଛାତ୍ରୀ

35

କୋଲକାତା: ଗତବର୍ଷ ଜଣେ ଟ୍ରେନି ଡାକ୍ତରାଣୀଙ୍କୁ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋମଟାଙ୍କୁରା ଘଟଣା ପରି ପୁଣି ଥରେ କୋଲକାତାରେ ଆଉ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଘଟଣାଟି ଜୁନ୍ ୨୫ ତାରିଖ ସନ୍ଧ୍ୟା ୭:୩୦ ରୁ ୮:୫୦ ମଧ୍ୟରେ ଘଟିଥିଲା। ଗୁରୁବାର ରାତିରେ ଗଣଦୁଷ୍କର୍ମ ଘଟଣାର ଏକ ଅଭିଯୋଗ ଦାଖଲ କରାଯାଇଥିଲା ଏବଂ କସବା ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମନୋଜିତ ମିଶ୍ର (୩୧), ଜୈବ ଅହମ୍ମଦ (୧୯) ଏବଂ ପ୍ରମିତ ମୁଖୋପାଧ୍ୟାୟ (୨୦)। ୩ଜଣ ଅଭିଯୁକ୍ତ ମଧ୍ୟରେ ଜଣେ ଟିଏମସି ନେତା ଥିବା ଦାବି କରାଯାଉଛି।

ପୀଡ଼ତା ଆଇନ ଛାତ୍ରୀ ନିଜ ସହିତ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ପୁଲିସ ନିକଟରେ ବଖାଇ କହିଛନ୍ତି, ‘ମନୋଜିତ ମିଶ୍ର, ଜୈବ ଅହମ୍ମଦ ଏବଂ ପ୍ରମିତ ମୁଖୋପାଧ୍ୟାୟ ମୋ ସହିତ ଜୋରଜବରଦସ୍ତି କରି ଠେଲି ଦେଇ ହକିଷ୍ଟିକରେ ପଟିଥିଲେ। ମୋତେ ଛାଡ଼ି ଦେବା ପାଇଁ ମୁଁ ସେମାନଙ୍କ ଗୋଡ଼ ଧରି ଅନୁରୋଧ କରି କହିଥିଲି ମୁଁ ରିଲେସନସିପରେ ଅଛି। ମୁଁ ଜଣଙ୍କୁ ଭଲ ବି ପାଉଛି। ସେମାନେ ମୋ କଥା ଶୁଣି ନଥିଲେ।

 ଭୟରେ ମୋ ନିଶ୍ବାସ ଫୁଲିବାକୁ ଲାଗିଥିଲା। ଅସୁସ୍ଥ ଅନୁଭବ କରିବାରୁ ମୁଁ ସେମାନଙ୍କୁ ହସ୍ପିଟାଲ ନେବାକୁ ଅନୁରୋଧ କରିଥିଲି। ତଥାପି ସେମାନେ ମୋର କୌଣସି କଥା ଶୁଣି ନଥିଲେ। ମୋ ପ୍ରେମିକଙ୍କୁ ହତ୍ୟା କରିଦେବେ। ବାପା ଓ ମା’ଙ୍କୁ ଜେଲ ପଠାଇ ‌ଦେବାର ଧମକ ଦେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏପରିକି କଲେଜ ମୁଖ୍ୟ ଦ୍ବାରକୁ ବନ୍ଦ କରି ଦେଇଥିଲେ। ଗାର୍ଡ ସବୁ ଜାଣିବି ମୋତେ ସାହାଯ୍ୟ କରିବାକୁ ଅସମର୍ଥ ଥିଲେ। ମୋ କେବଳ ଗୋଟିଏ ଅନୁରୋଧ ମୋତେ ନ୍ୟାୟ ଦିଅନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe