ଦକ୍ଷିଣ କୋରିଆ ଓ ଆମେରିକାକୁ ଆକ୍ରମଣ ଅଭ୍ୟାସ କରୁଥିଲୁ: ଉତ୍ତର କୋରିଆ

Advertisment
ଦକ୍ଷିଣ କୋରିଆ ଓ ଆମେରିକାକୁ ଆକ୍ରମଣ ଅଭ୍ୟାସ କରୁଥିଲୁ: ଉତ୍ତର କୋରିଆ

ସିଓଲ: ଉତ୍ତର କୋରିଆର ସେନା ପକ୍ଷରୁ ସୋମବାର କୁହାଯାଇଛି ଯେ, ନଭେମ୍ବର ୨ ତାରିଖରେ ଉପକୂଳରେ ସେମାନେ ଯେଉଁ ୨୫ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲେ, ତାହା ଦକ୍ଷିଣ କୋରିଆ ଓ ଆମେରିକାର ବିମାନଘାଟି, ଅପରେସନ କମାଣ୍ଡ ସିଷ୍ଟମ୍ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟସ୍ଥଳକୁ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର ଦ୍ବାରା, ଏପରି କି ଦରକାର ପଡ଼ିଲେ ପରମାଣୁ ଅସ୍ତ୍ରଯୁକ୍ତ କ୍ଷେପଣାସ୍ତ୍ର ଦ୍ବାରା ‘ନିର୍ଦ୍ଦୟଭାବେ’ ଆକ୍ରମଣ କରିବାର ଅଭ୍ୟାସ ଥିଲା। ଗତ ସପ୍ତାହରେ ଉତ୍ତର କୋରିଆ ସୀମାନ୍ତ ସମୁଦ୍ର ଉପକୂଳରେ ପ୍ରାୟ ଦୁଇ ଡଜନ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ ଯୁଦ୍ଧଜାହାଜ ଉଡ଼ାଇଥିଲା। ଆମେରିକା ସହ ଦକ୍ଷିଣ କୋରିଆ ବାୟୁସେନାର ମିଳିତ ସମରାଭ୍ୟାସକୁ ବିରୋଧ କରି ଉତ୍ତର କୋରିଆ ଉକ୍ତ ପରୀକ୍ଷା କରିଥିବା ବେଳେ ମିଳିତ ସମରାଭ୍ୟାସକୁ ତା’ ଉପରେ ଆକ୍ରମଣର ପୂର୍ବ ପ୍ରସ୍ତୁତି ବୋଲି ଅଭିଯୋଗ କରିଛି।

ଅପର‌ପକ୍ଷେ ଆମେରିକା ଓ ଦକ୍ଷିଣ କୋରିଆ ଏହାର ପ୍ରତ୍ୟୁତ୍ତର ଦେଇ କହିଛନ୍ତି ଯେ ସେମାନଙ୍କ ମିଳିତ ସମରାଭ୍ୟାସ ଜାରି ରହିବ। ଉତ୍ତର କୋରିଆ ଯଦି ପରମାଣୁ ଅସ୍ତ୍ରର ପ୍ରୟୋଗ କରେ ତେବେ ତାହା କିମ୍‌ଙ୍କ ଶାସନର ଅନ୍ତ ଘଟାଇବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe