କରୋନା ଭୟରେ ଲୁଚିଛନ୍ତି ଉତ୍ତର କୋରିଆ ଶାସକ କିମ ଜଙ୍ଗ !

Advertisment
ବ‌ିଦେଶୀ ଉପକରଣ ଓ ବିଦେଶରେ ତାଲିମପ୍ରାପ୍ତ ଡାକ୍ତର ଥବା ହୃଦ୍‌ରୋଗ ଚିକିତ୍ସାଳୟରେ ଅଛନ୍ତି କିମ୍ ଜୋଙ୍ଗ୍-ଉନ୍

Image Source: The Irish Times

ସିଓଲ : ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନଙ୍କୁ ନେଇ ଗତ କିଛି ଦିନ ହେଲା ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଗୁରୁତର ଭାବେ ଅସୁସ୍ଥ ହୋଇ ସେ ବ୍ରନଡେଡ ଅବସ୍ଥାକୁ ଚାଲିଯାଇଛନ୍ତି । ଆଉ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁହୋଇଯାଇଛି । ଏପରିକି କେତେକ ଗଣମାଧ୍ୟମରେ ତାଙ୍କ ପରେ କିଏ ଉତ୍ତରକୋରିଆର ଶାସକ ହେବ ତାହାକୁ ନେଇ ପୂର୍ବାନୁମାନ କରାଯାଇଛି ।

ତେବେ ଉତ୍ତରକୋରିଆର ପଡ଼ୋଶୀ ଦକ୍ଷିଣ କୋରିଆର ଜଣେ ମନ୍ତ୍ରୀ ଏ ସଂପର୍କରେ କେତେକ ରୋଚକ ତଥ୍ୟ ଦେଇଛନ୍ତି । ଦେଶର ଏକତ୍ରିକରଣ ମନ୍ତ୍ରୀ କିମ ୟୋ-ଚୁଲ କହିଛନ୍ତି ଯେ କରୋନା ସଂକ୍ରମଣ ଭୟରେ କିମ ଜଙ୍ଗ ଲୁଚି ରହିଛନ୍ତି । ବାହାରକୁ ଆଦୌ ବାହାରୁ ନାହାନ୍ତି । ଏହି କାରଣରୁ ଏପ୍ରିଲ ୨ୟ ସପ୍ତାହରେ ହୋଇଥିବା ନିଜ ଜେଜେ ବାପାଙ୍କ ଜନ୍ମଦିବସ ସମାରୋହରେ ସେ ଯୋଗ ଦେଇନଥିଲେ । ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲିଥିବାବେଳେ କିମଙ୍କ ଏପରି ଆଚରଣ ଆଦୌ ଅସ୍ୱାଭାବିକ ନୁହେଁ ବୋଲି ସେ କହିଛନ୍ତି ।

ମୂଳରୁ ହିଁ ଦକ୍ଷିଣ କୋରିଆ ଏହି ପ୍ରସଙ୍ଗରେ ଅତି ସତର୍କତାର ସହ ନିଜର ପ୍ରତିକ୍ରିୟା ରଖିଆସିଛି । ପୂର୍ବରୁ ଦକ୍ଷିଣ କୋରିଆ ପକ୍ଷରୁ କିମଙ୍କ ମୃତ୍ୟୁ ଖବରକୁ ଅସ୍ୱୀକାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe