କିମ୍‌ ଜଙ୍ଗ୍‌ଙ୍କୁ ଭେଟିଲେ ଦକ୍ଷିଣ କୋରିଆ ପ୍ରତିନିଧି ଦଳ

ପରମାଣୁ ନିରସ୍ତ୍ରୀକରଣ, ହରଡ଼ଘଣାରେ କିମ୍‌ ଜଙ୍ଗ୍‌

ସିଓଲ୍‌ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ଙ୍କୁ ଆଜି ଦକ୍ଷିଣ କୋରିଆ ପ୍ରତିନିଧି ଦଳ ଭେଟିଛନ୍ତି। ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ମୁଖ୍ୟ ଚୁଙ୍ଗ୍‌ ଇୟୋଙ୍ଗ୍‌ଙ୍କ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଦଳ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ସୂଚନା ଥାଉ କି, ୨୦୧୧ ମସିହାରେ ଉନ୍‌ ଶାସନ ଭାର ଗ୍ରହଣ କରିବା ପରେ ଦକ୍ଷିଣ କୋରିଆ ପ୍ରତିନିଧି ଦଳ ତାଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆର ପରିବର୍ଦ୍ଧିତ ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେରିକା ସହ ବିବାଦ ଚରମ ସୀମାରେ ପହଞ୍ଚିଛି। ତେବେ ଉତ୍ତର କୋରିିଆକୁ ଏହାର ପରମାଣୁ କାର୍ଯ୍ୟକ୍ରମରୁ ନିବୃତ୍ତ କରିବା ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ ହୋଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଏବଂ କିମ୍‌ ଜଙ୍ଗ୍‌ଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ଦକ୍ଷିଣ କୋରିଆର ଏହି ପ୍ରତିନିଧି ଦଳ ଉନ୍‌ଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଉତ୍ତର କୋରିଆ ପ୍ରଥମେ ଏହାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ଉଚିତ୍‌ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦାବି କରିଥିବା ବେଳେ ଉତ୍ତର କୋରିଆ କିନ୍ତୁ କୌଣସି ପ୍ରକାର ସର୍ତ୍ତ ରଖି ଆଲୋଚନାରେ ବସିବନି ବୋଲି ରୋକ୍‌ଠୋକ୍‌ ମନା କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe