ମେ’ ୨୮ ତାରିଖ ଦିନ କେରଳରେ ପହଞ୍ଚିବ ଦକ୍ଷିଣପଶ୍ଚିମ ମୌସୁମୀବାୟୁ: ସ୍କାଏମେଟ୍‌

ମେ’ ୨୮ ତାରିଖ ଦିନ କେରଳରେ ପହଞ୍ଚିବ ଦକ୍ଷିଣପଶ୍ଚିମ ମୌସୁମୀବାୟୁ: ସ୍କାଏମେଟ୍‌

ନୂଆଦିଲ୍ଲୀ: ଋତୁକାଳୀନ ବର୍ଷା ଆଣୁଥିବା ଦକ୍ଷିଣପଶ୍ଚିମ ମୌସୁମୀବାୟୁ ସ୍ୱାଭାବିକ ସମୟ ଠାରୁ ୪ ଦିନ ପୂର୍ବରୁ, ଅର୍ଥାତ୍‌ ମେ ୨୮ ତାରିଖ ଦିନ କେରଳରେ ପହଞ୍ଚିବ ବୋଲି ଘରୋଇ ପାଣିପାଗ ସଂସ୍ଥାନ ସ୍କାଏମେଟ୍‌ ଶନିବାର ଦିନ କହିଛି।

ମେ’ ୨୦ ତାରିଖ ଦିନ ମୌସୁମୀବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପରେ ମୌସୁମୀବାୟୁ ଅଧିକ ଆଗକୁ ଗତି କରି ମେ’ ୨୪ ତାରିଖ ଆଡ଼କୁ ଶ୍ରୀଲଙ୍କା ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ସ୍କାଏମେଟ୍‌ ଆଶା କରିଛି।

ସ୍କାଏମେଟ୍‌ ମେଟେରୋଲୋଜି ଆଣ୍ଡ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ର ଉପାଧ୍ୟକ୍ଷ ମହେଶ ପାଲାଓ୍ଵାଟ୍‌ କହିଛନ୍ତି: ମେ ୨୮ ତାରିଖ ଦିନ ମୌସୁମୀବାୟୁ କେରଳରେ ପହଞ୍ଚିବ।

ସାଧାରଣତଃ ଜୁନ୍‌ ପହିଲା ଦିନ ମୌସୁମୀବାୟୁ କେରଳରେ ପହଞ୍ଚି ଥାଏ।

ଏ ବର୍ଷ ପାଇଁ ଉଭୟ ସ୍କାଏମେଟ୍‌ ଏବଂ ଭାରତୀୟ ପାଣିପାଗ ସଂସ୍ଥାନ ସ୍ୱାଭାବିକ ମୌସୁମୀବାୟୁ ପ୍ରବାହ କଥା ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe