ଶେଷରେ ଗିରଫ ହେଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡା

Advertisment
ଶେଷରେ ଗିରଫ ହେଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ  ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡା

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର  ସମ୍ପୃକ୍ତି ନେଇ ଗିରଫ କରାଯାଇଛି। ଆଜି ସକାଳୁ ଏ ଦୁଇ ଜଣଙ୍କୁ ସେମାନଙ୍କ ଘରୁ  ଏନସିବି ଉଠାଇ ଆଣିବା ପରେ ଦିନ ସାରା ପଚରାଉଚରା କରିଥିଲା। ଶେଷରେ ରାତି ପ୍ରାୟ ୧୦ଟା ବେଳେ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା ।

ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ୍ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଳେ । ତେବେ ଏହି ଚଢଉ ବେଳେ କେତେକ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ହେତୁ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ମିରିଣ୍ଡାଙ୍କୁ ଘରୁ ଉଠାଇ ନେଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲାର ତଦନ୍ତ କରି ଜାଣିବାକୁ ପାଇଛି ଯେ ସୁଶାନ୍ତଙ୍କ ପ୍ରେମିକା ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କର ଗିରଫ ହୋଇଥିବା ଡ୍ରଗ୍ସ ଡିଲରଙ୍କ ସହ ସଂପର୍କ ରହିଛି ।  ଦୁଇଦିନ ତଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀମାନେ ଡ୍ରଗ୍ସ ଡିଲର୍ ଜାଇଡ ଭିଲାଟ୍ରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛନ୍ତି, ଯାହାକି ଡ୍ରଗ୍ସ କାରବାରର ଆୟ ବୋଲି ଦାବି ହେଉଛି । ଗିରଫ ପରେ ଭିଲାଟ୍ରା ଏନସିବିକୁ କହିଥିଲେ ଯେ ସେ ବାନ୍ଦ୍ରାଠାରେ ଏକ ଫୁଡ୍ ପଏଣ୍ଟ କରିଥିଲେ, ଯାହାକି ଲକ୍ଡାଉନ୍ ପରଠାରୁ ତାଙ୍କୁ କୌଣସି ପ୍ରକାରର ଆର୍ଥିକ ଲାଭ ଦେଇ ନଥିଲା। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଶେଷରେ ଅନ୍ୟ କିଛି ଉପାୟ ନପାଇ ଡ୍ରଗ୍ସ, ବିଶେଷକରି ଗୁଣ୍ଡ (କ୍ୟୁରେଟେଡ୍ ଗଞ୍ଜେଇ) ବିକ୍ରୟ ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ସେ ବହୁ ପରିମାଣର ଟଙ୍କା ରୋଜଗାର କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe