photo-hindustan
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ହୋଇଛି। ଏଠାରେ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଗତକିଛି ଦିନତଳେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ବେଳେ ଏସ୍ପିକୁ ସମାପ୍ତ ପାର୍ଟି ଓ ବିଏସପିକୁ ବିଲକୁଲ ସମାପ୍ତ ପାର୍ଟି ବୋଲି କହିଥିଲେ। ଏହା ଆଗରୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ବେହଦ ଝୁଟେ ପ୍ରଚାରକ ବୋଲି ଆଖ୍ୟା ଦେଇଥିଲେ।ହେଲେ ଏବେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ମଇ ୨୩ ତାରିଖପରେ ବି ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟିର ମେଣ୍ଟ ଜାରି ରହିବ।ରାଜ୍ୟରେ ବିଧାନସଭା ନିର୍ବାଚନ ବି ଦୁଇ ଦଳ ମିଳିତଭାବେ ଲଢ଼ିବେ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ନିର୍ବାଚନୀ ସଭାରେ କେଶବ ମୌର୍ଯ୍ୟା କହିଥିଲେ ଯେ ଉତ୍ତର ପ୍ରଦେଶର ଲୋକେ ଆଗରୁ କଂଗ୍ରେସକୁ ଏଠାରେ ସଂପୂର୍ଣ୍ଣ ସମାପ୍ତ କରିଛନ୍ତି। ଏଥର ଉତ୍ତର ପ୍ରଦେଶରେ ଲୋକେ ଏସପି ଏବଂ ବିଏସପିକୁ ଶେଷ କରିଦେବେ। କଂଗ୍ରେସ ଏବେ କେବଳ ଦୁଇଟି ଆସନ ରାୟବରେଲି ଓ ଆମେଥିକୁ କିପରି ବଜାୟ ରଖିବ,ସେଥିପାଇଁ ଚେଷ୍ଟା ଚଳାଇଛି। ଏସପି-ବିଏସପି ମେଣ୍ଟ ଏକ ଅସାଧୁ ମେଣ୍ଟ ବୋଲି ବି କଟାକ୍ଷ କରିଥିଲେ କେଶବ ପ୍ରସାଦ ମୌର୍ଯ୍ୟ।
Follow Us