ସମାଜବାଦୀ ଅତର ନିର୍ମାତା ତଥା ସମାଜବାଦୀ ପାର୍ଟି ବିଧାନ ପରିଷଦ୍‌ ସଦସ୍ୟ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ଚଢ଼ାଉ

ସମାଜବାଦୀ ଅତର ନିର୍ମାତା ତଥା ସମାଜବାଦୀ ପାର୍ଟି ବିଧାନ ପରିଷଦ୍‌ ସଦସ୍ୟ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ଚଢ଼ାଉ

Image Courtesy of India Today

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କନ୍ନୌଜସ୍ଥିତ ଅତର ବ୍ୟବସାୟୀ ତଥା ସମାଜବାଦୀ ପାର୍ଟି ବିଧାନ ପରିଷଦ୍‌ ସଦସ୍ୟ ପୁଷ୍ପରାଜ ଜୈନ୍‌ ପାମ୍ପିଙ୍କ ପ୍ରତିଷ୍ଠାନମାନଙ୍କରେ ଆଜି ଆୟକର ବିଭାଗ ଚଢ଼ାଉ ଆରମ୍ଭ କରିଛି।

ଟିକସ ଫାଙ୍କିଛନ୍ତି ବୋଲି ସୁନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଷ୍ପରାଜ ଜୈନ୍‌ ପାମ୍ପିଙ୍କ ପ୍ରତିଷ୍ଠାନ ଏବଂ ବାସଭବନ ସମେତ ୫୦ଟି ସ୍ଥାନରେ ଖାନତଲାସ ଚାଲିଛି।

୨୦୨୨ ବିଧାନସଭା ନିର୍ବାଚନ ଉପଲକ୍ଷେ ଗତ ମାସରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ପୁଷ୍ପରାଜ ଜୈନ୍‌ ପାମ୍ପି ‘ସମାଜବାଦୀ ଇତ୍‌ରା’ର ଶୁଭାରମ୍ଭ କରିଥିଲେ।

publive-image Image Courtesy of Local Samosa

ଏହାଛଡ଼ା, କନ୍ନୌଜସ୍ଥି ମହମ୍ମଦ୍ ୟାକୁବ୍‌ ଅତର ଉପରେ ମଧ୍ୟ ଆଜି ସକାଳୁ ଚଢ଼ାଉ ଆରମ୍ଭ ହୋଇଛି।

ବିଧାନସଭା ନିର୍ବାଚନ ଆସୁଥିବାରୁ ଟିକସ ଚଢ଼ାଉ କରି ଶାସକ ‘ବିଜେପି’ କେନ୍ଦ୍ରୀୟ ଏଜେନ୍‌ସିର ଅପବ୍ୟବହାର କରୁଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ‘ବିଜେପି’କୁ ସମାଲୋଚନା କରି ‘ସମାଜବାଦୀ ପାର୍ଟି’ କହିଛି, ଗତଥର ଶୋଚନୀୟ ବିଫଳତା ପରେ ଏଥର ‘ବିଜେପି’ର ପରମ ମିତ୍ର ଆୟକର ସମାଜବାଦୀ ପାର୍ଟି ବିଧାନ ପରିଷଦ୍‌ ସଦସ୍ୟ ପୁଷ୍ପରାଜ ଜୈନ ଏବଂ କନ୍ନୌଜର ଅନ୍ୟାନ୍ୟ ଅତର ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଛି। ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଭୀତତ୍ରସ୍ତ ‘ବିଜେପି’ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକର ଅବାଧ ବ୍ୟବହାର କରିବା ସାଧାରଣ କଥା।

ଜନସାଧାରଣ ସବୁ ଦେଖୁଛନ୍ତି, ସେମାନେ ଭୋଟ୍‌ରେ ଜବାବ ଦେବେ ବୋଲି ସମାଜବାଦୀ ଟୁଇଟର୍‌ ହ୍ୟାଣ୍ଡେଲ୍‌ ଲେଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe