ଈଶ୍ବରଙ୍କ ପ୍ରକୋପରୁ କେହି ରକ୍ଷା ପାଇବେ ନାହିଁ: ପୂର୍ବତନ ସପା ସାଂସଦ

ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ଏସଟି ହସନ ଉତ୍ତରାଖଣ୍ଡର ଧରାଲୀରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତରାଖଣ୍ଡ ଏବଂ ହିମାଚଳରେ ମସଜିଦ ଧ୍ୱଂସ କରାଯାଉଥିବାରୁ ଈଶ୍ବର ଏଭଳି ଦାଉ ସାଧିଥିବା କହିଛନ୍ତି ଏସଟି ହସନ।

New Project (3)

ଲକ୍ଷ୍ନୌ: ଉତ୍ତରାଖଣ୍ଡର ଧରାଲୀରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଗୋଟିଏ ପଟେ ଧରାଲୀରେ ଜୀବନ ବଞ୍ଚାଇବା ପାଇଁ ସେନା ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଥିବା ବେଳେ ଅନ୍ୟପଟେ, ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ଏସଟି ହସନ ଉତ୍ତରାଖଣ୍ଡର ଧରାଲୀରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତରାଖଣ୍ଡ ଏବଂ ହିମାଚଳରେ ମସଜିଦ ଧ୍ୱଂସ କରାଯାଉଥିବାରୁ ଈଶ୍ବର ଏଭଳି ଦାଉ ସାଧିଥିବା କହିଛନ୍ତି ଏସଟି ହସନ। ତେବେ ଏହା ପ୍ରଥମ ଥର ନୁହେଁ ଯେ, ଏସଟି ହାସନ ଏଭଳି ବିଦାଦୀୟ ବୟାନ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ବୋଲ୍ ‌ବମ୍ ଯାତ୍ରା ସମେତ ଅନେକ ପ୍ରସଙ୍ଗରେ ଆପତ୍ତିଜନକ ବୟାନ ଦେଇଛନ୍ତି।

ଏସ୍ ଟି ହସନଙ୍କୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ନିକଟତର ବୋଲି ବିବେଚନା କରାଯାଏ। କିନ୍ତୁ ଏଥର ଏସ୍ ଟି ହସନଙ୍କ ଅବାନ୍ତର ବୟାନ ଅଖିଳେଶ ଯାଦବଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଯେତେବେଳେ ଏସ୍ ଟି ହସନଙ୍କୁ ଉତ୍ତରାଖଣ୍ଡର ଧରାଲୀରେ ଘଟିଥିବା ବିପର୍ଯ୍ୟୟ ବିଷୟରେ ପଚରାଗଲା, ସେ କହିଲେ, 'ଶହ ଶହ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା କାରଣ ସେଠାରେ ସମ୍ପୂର୍ଣ୍ଣ ଗାଁ ନିଶ୍ଚିହ୍ନ ହୋଇଯାଇଛି। ସେଠାରେ ଅଧିକ ବର୍ଷା ହୋଇନଥିଲା, ତଥାପି ସେଠାରେ ଏପରି ବିପର୍ଯ୍ୟୟ ଘଟିଛି। ସେଠାରେ ଏହି ବିପର୍ଯ୍ୟୟ କାହିଁକି ଘଟୁଛି? ଆମକୁ ଏହା ବିଷୟରେ ଚିନ୍ତା କରିବା ଉଚିତ।'

ସମାଜବାଦୀ ପାର୍ଟି ନେତା ଏଠାରେ ନଅଟକି କହିଥିଲେ ଯେ, 'ଧାରଲୀରେ ଘଟିଥିବା ବିପର୍ଯ୍ୟୟର ଏକ ପ୍ରମୁଖ କାରଣ ହେଉଛି ଜଙ୍ଗଲରୁ ଗଛ କାଟିବା। ଆମେ ଜଙ୍ଗଲ ପ୍ରତି ବଡ଼ ଅନ୍ୟାୟ କରିଛୁ। ଲଗାତାର ଗଛ କଟାଯାଉଛି। ଆଉ ଏକ କଥା ହେଉଛି, ଉତ୍ତରାଖଣ୍ଡ ଏବଂ ହିମାଚଳରେ ଅନ୍ୟମାନଙ୍କ ଧର୍ମ ପ୍ରତି କୌଣସି ସମ୍ମାନ ନାହିଁ। ମୁଁ କହୁଛି ଯେ, କୌଣସି ଧାର୍ମିକ ସ୍ଥାନରେ ବୁଲଡୋଜର ବ୍ୟବହାର କରାଯିବା ଉଚିତ୍ ନୁହେଁ। ତାହା ଦରଗା, ମସଜିଦ କିମ୍ବା ମନ୍ଦିର ହେଉ। ଏହି ଦୁନିଆକୁ ଅନ୍ୟ କେହି ଚଳାଉଛନ୍ତି । ତାଙ୍କ ପ୍ରତି ଅବମାନନା କରାଗଲେ ତାଙ୍କ ପ୍ରକୋପରୁ କେହି ରକ୍ଷା ପାଇବେ ନାହିଁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe