ସିଜେଆଇଙ୍କ ‘ରାମ ମନ୍ଦିର ରାୟ’ ଟିପ୍ପଣୀ ଉପରେ ସପା ସାଂସଦଙ୍କ ବିବାଦୀୟ ବୟାନ

Advertisment

ବରିଷ୍ଠ ସପା (ସମାଜବାଦୀ ପାର୍ଟି) ସାଂସଦ ରାମ ଗୋପାଳ ଯାଦବ ଆଜି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ‘ରାମ ମନ୍ଦିର ରାୟ’ ଟିପ୍ପଣୀ ଉପରେ ଏକ ବିବାଦୀୟ ବୟାନ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି।

ବରିଷ୍ଠ ସପା (ସମାଜବାଦୀ ପାର୍ଟି) ସାଂସଦ ରାମ ଗୋପାଳ ଯାଦବ ଆଜି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ‘ରାମ ମନ୍ଦିର ରାୟ’ ଟିପ୍ପଣୀ ଉପରେ ଏକ ବିବାଦୀୟ ବୟାନ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି।

dgdagdaadg

News18

ନୂଆଦିଲ୍ଲୀ: ବରିଷ୍ଠ ସପା (ସମାଜବାଦୀ ପାର୍ଟି) ସାଂସଦ ରାମ ଗୋପାଳ ଯାଦବ ଆଜି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ‘ରାମ ମନ୍ଦିର ରାୟ’ ଟିପ୍ପଣୀ ଉପରେ ଏକ ବିବାଦୀୟ ବୟାନ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ରାମ ମନ୍ଦିର ସମସ୍ୟାର ସମାଧାନ ପାଇଁ ସିଜେଆଇଙ୍କ ପ୍ରାର୍ଥନା ଟିପ୍ପଣୀ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ରାମ ଗୋପାଳ ଯାଦବ କହିଥିଲେ, ‘ ଯେତେବେଳେ ଆପଣ ଜଣେ ମୃତ ବ୍ୟକ୍ତିକୁ ବଞ୍ଚାଇବେ ସେତେ‌ବେଳେ ସେ ଭୁତ ପାଲଟି ସାଧାରଣ ଲୋକଙ୍କୁ ଡରାଇବେ। ଅନେକ ଲୋକ ଏମିତି କଥା କହନ୍ତି। ଆମେ କ’ଣ ସେମାନଙ୍କୁ ଧ୍ୟାନକୁ ନେବା। ତେବେ ରାମ ଗୋପାଳ ଯାଦବଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପ‌ରେ ଏହାକୁ ଜୋରଦାର ବିରୋଧ କରାଯାଇଛି।

ରାମ ଗୋପାଳ ଯାଦବଙ୍କ ଟିପ୍ପଣୀ ନ୍ୟାୟପାଳିକା ପାଇଁ ଅପମାନଜନକ ବୋଲି ବିଜେପି କହିଛି। ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ସପା ନେତାଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ଉଚିତ। ତେବେ ବିବାଦ ହେବାପରେ  ରାମ ଗୋପାଳ ଯାଦବ ତାଙ୍କ ଟିପ୍ପଣୀରୁ ଓହରି ଯାଇଛନ୍ତି ଏବଂ କହିଛନ୍ତି, ସିଜେଆଇଙ୍କ  ସଂକ୍ରାନ୍ତରେ ତାଙ୍କୁ କେହି କିଛି ପ୍ରଶ୍ନ କରିନ‌ା‌ହାନ୍ତି। ସେହିପରି କଂଗ୍ରେସ ନେତା ଉଦିତ ରାଜ ପ୍ରଧାନ ବିଚାରପତିଙ୍କ ଟିପ୍ପଣୀ ପାଇଁ ତାଙ୍କୁ କଟାକ୍ଷ କରି କହିଛନ୍ତି, ସିଜେଆଇ ଅଯୋଧ୍ୟା ପ୍ରସଙ୍ଗରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଯଦି ସେ ଅନ୍ୟ ପ୍ରସଙ୍ଗ ପାଇଁ ବି ପ୍ରାର୍ଥନା କର‌ନ୍ତେ  ତେବେ ସାଧାରଣ ଲୋକ ବିନା ଟଙ୍କାରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରୁ ନ୍ୟାୟ ପାଇପାରନ୍ତେ। ଇଡି, ସିବିଆଇ ଏବଂ ଆଇଟିର ଅପବ୍ୟବହାର ବି ବନ୍ଦ ହୋଇଯାଆନ୍ତା ବୋଲି ସେ କହିଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ ସିଜେଆଇ ତାଙ୍କ ପୈତୃକ ଗ୍ରାମ କାହ୍ନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ‌ଯେ ଶତାବ୍ଦୀ ପୁରୁଣା ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦର ସମାଧାନ ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ସିଜେଆଇ କହିଛନ୍ତି, ଅନେକ ସମୟରେ ଆମ ପାଖରେ ମାମଲା ଥାଏ କିନ୍ତୁ ଆମେ ସମାଧାନରେ ପହଞ୍ଚି ପାରୁନା।  ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦ ମଧ୍ୟ ଠିକ୍‌ ସେହିଭଳି ଏକ ମାମଲା ଯାହା ମୋ ପାଖରେ ୩ ମାସ ହେବ ପଡ଼ିଥିଲା। ସିଜେଆଇ କହିଛନ୍ତି, ମୁଁ ଭଗବାନଙ୍କ ପାଖରେ ବସି ପ୍ରାର୍ଥନା କରିଥିଲି ଯେ ସେ ନିଜେ  ହିଁ ଏହି ବିବାଦର ସମାଧାନ କାଢ଼ନ୍ତୁ। ସୂଚନାଯୋଗ୍ୟ ୨୦୧୯ ନଭେମ୍ବର ୯ ତାରିଖରେ ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ‌‌‌ଗୋଗଇଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ରାମ ଜନ୍ମଭୂମି -ବାବ୍ରି ମସଜିଦ୍‌ ବିବାଦ ଉପରେ ରାୟ ଶୁଣାଇଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ସେ ସମୟରେ ଏହି ଖଣ୍ଡପୀଠରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe