Advertisment

ଉତ୍ତରପ୍ରଦେଶରେ ସପା-ଏନ୍‌ସିପି ମେଣ୍ଟ: ବିଜେପିକୁ ଟାର୍ଗେଟ୍‌ କଲେ ପାୱାର

Advertisment
ଠାକ୍‌ରେଙ୍କୁ ବୁଝାଇଲେ ପାୱାର, ନୂଆ‌ ଚିହ୍ନକୁ ଗ୍ରହଣ କର

image credit : @powerspeaks

ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଉତ୍ତରପ୍ରଦେଶରେ ସପା (ସମାଜବାଦୀ ପାର୍ଟି) ସହ ମେଣ୍ଟ କରିବେ ବୋଲି ସୂଚନା ଦେବାର ଦୁଇ ଦିନ ପରେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଛି। ମେଣ୍ଟ ସଂକ୍ରାନ୍ତରେ ସ୍ପଷ୍ଟ କରି ଏନ୍‌ସିପି ନେତା ନୱାବ ମଲିକ କହିଛନ୍ତି ଦଳ ଗୋଟିଏ ଆସନରେ ପ୍ରାର୍ଥୀ ଚୟନ କରି ସାରିଛି। ଅନ୍ୟ ଆସନ ଗୁଡ଼ିକ ପାଇଁ କଥାବାର୍ତ୍ତା ଜାରି ରହିଛି। ଉତ୍ତରପ୍ରଦେଶ ଏନ୍‌ସିପି ସଭାପତି ଉମାଶଙ୍କର ଯାଦବ ଗତକାଲି ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ଭେଟିବାପରେ ମଲିକ ଆଜି ଏହି ଟିପ୍ପଣୀ ରଖିଛନ୍ତି। ଗୋଆ ନିର୍ବାଚନ ପାଇଁ ବି ସପା-ଏନ୍‌ସିପି ମେଣ୍ଟ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ପାୱାର ମଧ୍ୟ ଏନେଇ ସୂଚନା ଦେଇଥିଲେ। ଲଗାତାର ୩ ଦିନ ଧରି ଅନେକ ସଂଖ୍ୟାରେ ନେତା ବିଜେପି ଛାଡ଼ିଥିବାରୁ ଏହି ପ୍ରସଙ୍ଗରେ ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ପାୱାର କହିଛନ୍ତି, ‌ଏମିତି ‌କୌଣସି ଗୋ‌ଟେ ଦିନ ରହିବନି ଯେଉଁଦିନ ଜଣେ ବିଜେପି ନେତା ଦଳ ଛାଡ଼ିବେନି। ଉତ୍ତରପ୍ରଦେଶକୁ ଏକ ଉଦାହରଣ ଭାବେ ଦର୍ଶାଇ ପାୱାର କହିଛନ୍ତି, ଉତ୍ତରପ୍ରଦେଶରେ ୧୩ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବେ। ଇତି ମଧ୍ୟରେ ବିଜେପିର ୮ ଜଣ ନେତା ଦଳ ଛାଡ଼ି ସାରିଲେଣି। ସେମାନଙ୍କ ମଧ୍ୟରୁ ୩ ଜଣ ମନ୍ତ୍ରୀ ଓ ୫ ଜଣ ବିଧାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe