ସଫଳତାର ସହ ନାସା ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’

Advertisment
ସଫଳତାର ସହ ନାସା ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’

Image Courtesy of Reuters

ନୂଆଦିଲ୍ଲୀ: ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନି ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି। ନଅ ବର୍ଷରୁ ଊର୍ଦ୍ଧ୍ବ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନା‌ସା ମହାକାଶଚାରୀଙ୍କର ଏହା ପ୍ରଥମ ମହାକାଶଯାତ୍ରା ହୋଇଥିବାରୁ ଏହି ଅଭିଯାନର ଯଥେଷ୍ଟ ଗୁରୁତ୍ବ ରହିଛି।

ଅପରାହ୍ଣ ୩: ୨୨ ସମୟରେ ‘ସ୍ପେସ୍ଏକ୍ସ୍‌’ର ଫାଲ୍‌କନ୍୯ ରକେଟ୍‌ରେ କେନେଡି ସ୍ପେସ୍ ସେଣ୍ଟର୍‌ରୁ ମହାକାଶଚାରୀ ଡୁଉଗ୍ ହର୍ଲି ଏବଂ ବବ୍ ବେନ୍‌କେନ୍ ଯାତ୍ରା କରିଛନ୍ତି। ‘ସ୍ପେସ୍ଏକ୍ସ୍‌’ର କ୍ରୁ ଡ୍ରାଗନ୍ କ୍ୟାପ୍‌ସୁଲ୍‌ରେ ୧୯ ଘଣ୍ଟା ଯାତ୍ରା କରିବା ପରେ ସେମାନେ ଇଣ୍ଟର୍‌ନ୍ୟାସ୍‌ନାଲ୍ ସ୍ପେସ୍ ଷ୍ଟେସନ୍‌ରେ ପହଞ୍ଚିବେ। ନାସା କହିବା ଅନୁସାରେ, ୩: ୩୫ରେ କ୍ରୁ ଡ୍ରାଗନ୍ ଏହାର ସେକେଣ୍ଡ୍ ଷ୍ଟେଜ୍ ବୁଷ୍ଟର୍‌ରୁ ବିଚ୍ଛିନ୍ନ ହୋଇ କକ୍ଷପଥ ମଧ୍ୟକୁ ପ୍ରବେଶ କରିଛି।

ଉତ୍‌କ୍ଷେପଣ ଦେଖିବାକୁ ଫ୍ଲୋରିଡାର କେପ୍ କାର୍ଣ୍ଣିଭାଲ୍‌ସ୍ଥିତ କେନେଡି ସ୍ପେସ୍ ସେଣ୍ଟର୍‌ରେ ଉପସ୍ଥିତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ କହିଲେ, କ୍ଷମତା, ପ୍ରଯୁକ୍ତିବିଦ୍ୟା, ଅତୁଳନୀୟ। ଦେଖିବା ଭଳି ସୁନ୍ଦର ଦୃଶ୍ୟଟିଏ।

‘ସ୍ପେସ୍ଏକ୍ସ’ର ମାଲିକ ଉଦ୍ୟୋଗୀ ଏଲନ୍ ମସ୍କ୍‌ କହିଛନ୍ତି, ଏଇଟା ବାସ୍ତବ ବୋଲି ବିଶ୍ବାସ କରିବା କଷ୍ଟକର। ମୋର ଏବଂ ସ୍ପେସ୍ଏକ୍ସ୍‌ର ସମସ୍ତଙ୍କର ସ୍ବପ୍ନ ସାକାର ହୋଇଛି। ଅନେକ ବୁଦ୍ଧିଆ ଲୋକଙ୍କ କଠିନ ପରିଶ୍ରମର ଫଳହିଁ ଆଜି ଭଳି ଦିନଟିଏ ସୃଷ୍ଟି କରିପାରିଛି।

ମହାକାଶଚାରୀ ୫୩ ବର୍ଷିୟ ହର୍ଲି ଏବଂ ୪୯ ବର୍ଷିୟ ବେନ୍‌କେନ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ସ୍ପେସ୍‌ ଷ୍ଟେସନ୍‌ରେ କିଛି ସପ୍ତାହ ରହି ଘୂର୍ଣ୍ଣୀୟମାନ ପରୀକ୍ଷାଗାରରେ ଲୋକ ଆବଶ୍ୟକ କରୁଥିବା କ୍ରୁ’ମାନଙ୍କୁ କାମରେ ସାହାଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe