ପୃଥିବୀପୃଷ୍ଠରେ ପହଞ୍ଚିବା ପାଇଁ ସୁନିତା ବସି ଆସିଥିବା କ୍ୟାପସୁଲ ମୂଲ୍ୟ କେ‌ତେ ଜାଣନ୍ତୁ

ସୁନୀତା ୱିଲିୟମ୍ସ ବସି ଫେରିଥିବାକ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା। ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟର ପ୍ରତି ସିଟ୍ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ରହିଛି। ଦେଶ-ବିଦେଶ।latest

crew dragon

ନୂଆଦିଲ୍ଲୀ: ଅନେକଦିନର ଚେଷ୍ଟା ପରେ  ୯ ମାସ ପରେ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ସଫଳତା ସହ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଏବଂ ତାଙ୍କର ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ ପୃଥିବୀ ପୃଷ୍ଠରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

 
୪ଜଣ ମହାକାଶଚାରୀଙ୍କୁ ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ଡ୍ରାଗନ ଫ୍ରିଡମ କ୍ୟାପସୁଲ ଫେରାଇ ଅଣିବାରେ ସଫଳ ହୋଇଛି। ଏହି କ୍ୟାପସୁଲ ନିର୍ମାଣ ହେବା ପରଠାରୁ  ଏପର୍ଯ୍ୟନ୍ତ ୪୯ ଥର ଉତକ୍ଷେପଣ ହୋଇସାରିଛି। ଡ୍ରାଗନ୍ କ୍ୟାପସୁଲ୍ ୪୪ ଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛି। 

ସ୍ପେସଏକ୍ସର ଡ୍ରାଗନ ଫ୍ରିଡମ କ୍ୟାପସୁଲରେ ଏକାଥରେ ସାତ ଜଣ ମହାକାଶଚାରୀ ବସି  ଯାତ୍ରା କରିପାରିବେ। ଏହା ବିଶ୍ୱର ପ୍ରଥମ ଏପରି ଘରୋଇ ବିମାନ ଯାହା ନିରନ୍ତର ଭାବରେ ମହାକାଶ ଷ୍ଟେସନକୁ ଯିବାଆସିବା କରୁଛି।  ଏହି କ୍ୟାପସୁଲର ଓଜନ ୭୭୦୦ କିଲୋଗ୍ରାମ ରହିଛି। କିନ୍ତୁ ଯେତେବେଳେ ଏହା ଭିତରେ କିଛି ଜିନିଷ ରଖି ମହାକାଶଚାରୀମାନଙ୍କ ସହିତ ଉତକ୍ଷେପଣ କରାଯାଏ ଏହାର ସର୍ବାଧିକ ଓଜନ ୧୨,୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ି ଯାଇଥାଏ। ସାଧାରଣତଃ ଏହି କ୍ୟାପସୁଲରେ ଦୁଇରୁ ଚାରି ଜଣ ମହାକାଶଚାରୀ ବସିପାରିବେ, କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଏଥିରେ ସାତ ଜଣଙ୍କ ପାଇଁ ବସିବା ବ୍ୟବସ୍ଥା ଅଛି।


ସ୍ପେସଏକ୍ସ ମହାକାଶଚାରୀମାନଙ୍କୁ ଫେରାଇ ଆଣିବାର ଦାୟିତ୍ୱ ନେଇଛି। ତେଣୁ ସ୍ପଷ୍ଟ ଭାବରେ କୁହାଯାଇପାରେ କି ଏହାର ଖର୍ଚ୍ଚ ବି ସ୍ପେସଏକ୍ସ ବହନ କରିଥାଏ। 

ସ୍ପେସଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲ ଏବଂ ଫାଲକନ ୯ ରକେଟ୍ ବ୍ୟବହାର କରି ମହାକାଶଚାରୀଙ୍କୁ ପୃଥିବୀକୁ ଅଣାଯାଇଥିଲା। ଏପରି ପରିସ୍ଥିତିରେ ଫାଲକନ୍ ୯ର ଲଞ୍ଚ ମୂଲ୍ୟ ୫୮୦ କୋଟି ଟଙ୍କା ହୋଇଥିବା ବେଳେ କ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା। ରିପୋର୍ଟ ଅନୁସାରେ, ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟର ପ୍ରତି ସିଟ୍ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe