ମାର୍ଚରେ ଚନ୍ଦ୍ରରେ ଧକ୍କା ଖାଇବ ୭ ବର୍ଷ ହେବ ମହାଶୂନ୍ୟରେ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ବୁଷ୍ଟର୍

ମାର୍ଚରେ ଚନ୍ଦ୍ରରେ ଧକ୍କା ଖାଇବ ୭ ବର୍ଷ ହେବ ମହାଶୂନ୍ୟରେ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ବୁଷ୍ଟର୍

Image Courtesy of South China Morning Post

ୱାସିଂଟନ୍‌: ୭ ବର୍ଷ ପୂର୍ବେ ମହାକାଶକୁ ଛଡ଼ାଯାଇଥିବା ଏବଂ ଅଭିଯାନ ଶେଷ ହେବା ପରେ ମହାଶୂନ୍ୟରେ ପରିତ୍ୟକ୍ତ ହୋଇ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ଦ୍ବିତୀୟ ଅଂଶଟି ମାର୍ଚ ମାସରେ ଚନ୍ଦ୍ରପୃଷ୍ଠରେ ‘କ୍ରାସ୍‌’ ବା ଧକ୍କାଖାଇ ପଡ଼ିଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

‘ଡିପ୍‌ ସ୍ପେସ୍‌ କ୍ଲାଇମେଟ୍‌ ଅବ୍‌ଜର୍‌ଭେଟରି’ (ଡିସ୍‌କଭର୍‌) ନାମରେ ‘ନାସା’ର ‌ଗୋଟାଏ କୃତ୍ରିମ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବା ଲାଗି ୨୦୧୫ରେ ସେ ରକେଟ୍‌ଟିକୁ ଉତ୍‌କ୍ଷେପଣ କରାଯାଇଥିଲା।

ସେବେଠାରୁ ସେ ରକେଟ୍‌ର ଦ୍ବିତୀୟସ୍ତର ବା ‘ବୁଷ୍ଟର୍‌’ ନିଜ ଇଚ୍ଛାନୁସାରେ କକ୍ଷପଥ କରି ଘୂରିବୁଲୁଛି, ଯାହାକୁ ଗାଣିତିକମାନେ ‘କେଓଟିକ୍‌ ଅର୍ବିଟ୍‌’ ବୋଲି କହୁଥିବା କଥା ଜ୍ୟୋତିର୍ବିଜ୍ଞାନୀ ବିଲ୍‌ ଗ୍ରେ ଗଣମାଧ୍ୟମକୁ କହିଛନ୍ତି।

publive-image Image Courtesy of iNews

ଏହି ମହାକାଶ ଆବର୍ଜନା ଚନ୍ଦ୍ରପୃଷ୍ଠରେ ‘କ୍ରାସ୍‌’ କରିବ ବୋଲି ଗ୍ରେ ହିଁ ଗଣନା କରି କହିଛନ୍ତି। ରକେଟ୍‌ର ଏହି ବୁଷ୍ଟର୍‌ଟି ଜାନୁଆରି ମାସରେ ଚନ୍ଦ୍ର ନିକଟ ଦେଇ ଅତିକ୍ରମ କରିବା ବେଳେ ତା’ର କକ୍ଷପଥ ବଦଳାଇଥିଲା। ତେଣୁ, ଏହା ମାର୍ଚ ୪ ତାରିଖ ଦିନ ଘଣ୍ଟାପ୍ରତି ୯୦୦୦ କିଲୋମିଟର୍‌ ବେଗରେ ଚନ୍ଦ୍ରର ‘ଅନ୍ଧକାର ପାର୍ଶ୍ବ’ରେ ଧକ୍କାଖାଇ ଖସି ପଡ଼ିବ। ସ୍ଥାନ ପରିବର୍ତ୍ତ ହେବାର ସମ୍ଭାବନା ଥିବାରୁ ତାହା ନିର୍ଦ୍ଧାରିତ ସ୍ଥାନରେ ନ ‘କ୍ରାସ୍‌’ ନ କରିପାରେ। ନିର୍ଦ୍ଧାରିତ ସ୍ଥାନରେ ନ ‘କ୍ରାସ୍‌’ ନ କରି ବୋଲି ଗ୍ରେ କହିଛନ୍ତି।

ଜ୍ୟୋତିର୍ବିଜ୍ଞାନୀ ‌ଜନାଥନ୍‌ ମ୍ୟାକ୍‌ଡୋଏଲ୍‌ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମ ଅଜ୍ଞାତରେ ଏହି ପ୍ରକାର ଅନେକ ଘଟଣା ମହାକାଶରେ ଘଟିଥାଇ ପାରେ। ୬୦,୭୦ ଏବଂ ୮୦ ଦଶକରୁ ପୃଥିବୀର କକ୍ଷପଥ ମଧ୍ୟରେ ଅନ୍ୟୂନ ୫୦ଟି ପରିତ୍ୟକ୍ତ ରକେଟ୍‌ ଆବର୍ଜନା ଘୂରି ବୁଲୁଛନ୍ତି। ଆମେ ସେଥିପ୍ରତି ଦୃଷ୍ଟି ଦେଇ ନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe