ପୃଥିବୀର ଯେକୌଣସି ସ୍ଥାନରେ ୬୦ ମିନିଟ୍‌ରେ ଆମେରିକୀୟ ସେନାର ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ଅତି ଦ୍ରୁତଗାମୀ ରକେଟ୍‌ ନିର୍ମାଣ କରିବ ‘ସ୍ପେସ୍ଏକ୍ସ୍’

ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

Image Courtesy of India Today

ନୂଆଦିଲ୍ଲୀ: ମାତ୍ର ୬୦ ମିନିଟ୍‌ ମଧ୍ୟରେ ବିଶ୍ବର ଯେକୌଣସି ସ୍ଥାନକୁ ଅସ୍ତ୍ରଶସ୍ତ୍ର ପରିବହନ କରିବା ନିମନ୍ତେ ‘ସ୍ପେସ୍‌ଏକ୍ସ’ ଯୁକ୍ତରାଷ୍ଟ୍ର ଆମେରିକା ସେନା ଲାଗି ଅତି ଦ୍ରୁତଗାମୀ ରକେଟ୍‌ ନିର୍ମାଣ କରିବ। ‘ମିସାଇଲ୍‌-ଟ୍ରାକିଙ୍ଗ୍ ସାଟେଲାଇଟ୍‌’ ପ୍ରସ୍ତୁତି ନିମନ୍ତେ ପେଣ୍ଟାଗନ୍ ଏଲନ୍‌ ମସ୍କ୍‌ଙ୍କ ‘ସ୍ପେସ୍‌ଏକ୍ସ୍‌’ ସହ ୧୪୯ ନିୟୁତ ଡଲାର୍‌ର ରାଜିନାମା ସ୍ବାକ୍ଷର କରିବାର କିଛି ଦିନ ପରେ ଅସ୍ତ୍ର ପରିବହନ ଲାଗି ଏଭଳି ଯୋଜନା କରାଯାଉଛି।

ବୁଧବାର ଦିନ ଏକ ଭର୍ଚୁଆଲ୍‌ କନ୍‌ଫରେନ୍ସ୍‌ରେ ଉଦ୍‌ବୋଧନ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ‘ଟ୍ରାନ୍‌ସ୍‌ପୋର୍ଟେସନ୍ କମାଣ୍ଡ୍‌ ଜେନେରାଲ୍‌ ‌ଷ୍ଟିଫେନ୍ ଲିଅନ୍‌ସ୍ ଏହି ନୂତନ ରାଜିନାମାକୁ ସାର୍ବଜନୀନ କରିଥିଲେ। ‘ସ୍ପେସ୍‌ଏକ୍ସ’ ଏହି ପ୍ରକଳ୍ପର ବୈଷୟିକ ସଙ୍କଟ ଓ ମୂଲ୍ୟ ପ୍ରସଙ୍ଗ ଅନୁଧ୍ୟାନ କରିବ ବୋଲି ଜେନେରାଲ୍ ଲିଅନସ୍‌ କହିଛନ୍ତି।

publive-image Image Courtesy of Archyde

ସେ ପୁଣି କହିଛନ୍ତି, ଏହି ରକେଟ୍‌ର ପ୍ରାରମ୍ଭିକ ପରୀକ୍ଷା ୨୦୨୧ରେ କରାଯିବ। ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ବିମାନ ପରିବହନ କରୁଥିବା ଓଜନର ସାମଗ୍ରୀ ସବୁକୁ ଘଣ୍ଟାକରୁ କମ୍ ସମୟ ମଧ୍ୟରେ ବିଶ୍ବର ଯେକୌଣସି ସ୍ଥାନରେ ପହଞ୍ଚାଇବା କଥା କଳ୍ପନା କରନ୍ତୁ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ୨୧୮ ନିୟୁତ ଡଲାର୍‌ ମୂଲ୍ୟର ବିମାନ ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ୭୪, ୦୦୦ କିଲୋଗ୍ରାମ୍‌ରୁ ଅଧିକ ଓଜନର ସାମଗ୍ରୀ ସହ ଘଣ୍ଟାପ୍ରତି ସର୍ବାଧିକ ୫୯୦ କିଲୋମିଟର ବେଗରେ ଉଡ଼ିପାରେ। କିନ୍ତୁ, ‘ସ୍ପେସ୍ଏକ୍ସ୍‌’ ଯୋଜନା କରୁଥିବା ପ୍ରସ୍ତାବିତ ଅତି ଦ୍ରୁତଗାମୀ ରକେଟ୍‌ ସେତିକି ଓଜନର ସାମଗ୍ରୀ ଧରି ୭,୫୦୦ କିଲୋମିଟର୍‌ ବେଗରେ ଗତି କରିବ।

ଯୁକ୍ତରାଷ୍ଟ୍ର ଆମେରିକା ସେନା ନିମନ୍ତେ ଅତି ଦ୍ରୁତଗାମୀ ରକେଟ୍‌ ନିର୍ମାଣ ପ୍ରକଳ୍ପରେ ‘ଏକ୍ସପ୍ଲୋରେସନ୍ ଆର୍କିଟେକ୍‌ଚର୍‌ କର୍ପୋରେସନ୍’ ନାମକ ଅନ୍ୟ ଏକ କମ୍ପାନି ମଧ୍ୟ ‘ସ୍ପେସ୍‌ଏକ୍ସ୍‌’ ସହ ଯୋଗ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe