ସ୍ପେସ୍‌ଏକ୍ସ: ୧୯ ଘଣ୍ଟାରେ ଅନ୍ତରୀକ୍ଷ କେନ୍ଦ୍ରରେ ଦୁଇ ମହାକାଶଚାରୀ

ସ୍ପେସ୍‌ଏକ୍ସ: ୧୯ ଘଣ୍ଟାରେ ଅନ୍ତରୀକ୍ଷ କେନ୍ଦ୍ରରେ ଦୁଇ ମହାକାଶଚାରୀ

Knowing Everything

ୱାସିଂଟନ୍‌: ରବିବାର ‘ନାସା’ର ମହାକାଶଚାରୀଦ୍ୱୟ ସ୍ପେସ୍‌ଏକ୍ସ ମହାକାଶଯାନରେ ମାତ୍ର ୧୯ ଘଣ୍ଟାରେ ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚିଯାଇଛନ୍ତି। ଏହା ଘରୋଇ ଉଦ୍ୟୋଗରେ ପ୍ରଥମ କରି ମହାକାଶକୁ ମଣିଷ ପଠାଇବାର ଏକ ୧୦ ବର୍ଷର ଉଦ୍ୟମର ଫଳ। ଫ୍ଲୋରିଡ଼ାର କେନେଡି ସ୍ପେସ୍‌ ସେଣ୍ଟରରୁ ସ୍ଥାନୀୟ ସମୟ ଦିନ ୧ଟା ୨ମିନିଟ୍‌ରେ ଫାଲକନ୍‌୯ ରକେଟ୍‌ ଏହି ମହାକାଶଯାନକୁ ଉପରକୁ ଧରି ଉଠିଥିଲା। ଏଥିରେ ଯାତ୍ରା କରିଛନ୍ତି ବବ୍‌ ବେହଙ୍କେନ୍‌ ଓ ଡଗ୍‌ ହର୍ଲେ। ଉଭୟେ କଳା ପୋଲୋ ଶାର୍ଟ ଓ ଖାକି ପ୍ୟାଣ୍ଟ୍‌ ପିନ୍ଧିଥିଲେ। ବବ୍‌ଙ୍କ ପରେ ଡଗ୍‌, ଯାନ ଭିତରକୁ ଯାଇଥିଲେ। ତେବେ ଆମେରିକାରେ ପ୍ରଥମ କରି ମହାକାଶ ଯାତ୍ରାର ଏକ ବ୍ୟବସାୟ ଆରମ୍ଭ ହୋଇଛି ବୋଲି କହାଯାଉଛି। କାରଣ ଏହା ସରକାରୀ ଉଦ୍ୟମରେ ନୁହେଁ, ବରଂ ଘରୋଇ ଉଦ୍ୟମରେ ଆରମ୍ଭ ହୋଇଥିଲା, ଏବେ ସାକାର ହୋଇଛି। ତେବେ ବବ୍‌-ଡଗ୍‌ କେତେ ଦିନ ଅନ୍ତରୀକ୍ଷ କେନ୍ଦ୍ରରେ ରହିବେ, ତାହା ଉପରେ ନାସା କୌଣସି ନିଷ୍ପତ୍ତି କରିନାହିଁ। ତେବେ ସେମାନେ ମାସେରୁ ୪ ମାସ ରହିବେ। ମହାଶୂନ୍ୟରେ ସେମାନେ ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଏବଂ ରୁଷୀୟ କେନ୍ଦ୍ରରେ ଦୁଇ ଜଣ ଯୋଗସୂତ୍ର ରକ୍ଷା କରି ପରୀକ୍ଷଣ ଜାରି ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe