ଆମେରିକାର ଘରୋଇ ଅନ୍ତରୀକ୍ଷ ଗବେଷଣା କମ୍ପାନି ସ୍ପେସ୍‌-ଏସ୍କ୍ ବୁୁଧବାର ଛାଡି଼ବ ଏହାର ପ୍ରଥମ ମହାକାଶଯାନ

Advertisment
ଆମେରିକାର ଘରୋଇ ଅନ୍ତରୀକ୍ଷ ଗବେଷଣା କମ୍ପାନି ସ୍ପେସ୍‌-ଏସ୍କ୍ ବୁୁଧବାର ଛାଡି଼ବ ଏହାର ପ୍ରଥମ ମହାକାଶଯାନ

Business Insider

ୱାସିଂଟନ: ଆମେରିକାର ଘରୋଇ ଅନ୍ତରୀକ୍ଷ ଗବେଷଣା କମ୍ପାନି 'ସ୍ପେସ୍‌-ଏକ୍ସ' ଶେଷରେ ନିଜର ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର କରିବାକୁ ଯାଉଛି। ଉଦ୍ୟୋଗୀ ଏଲନ୍ ମସ୍କଙ୍କ ସ୍ଥାପିତ ଏହି କମ୍ପାନି ଏଇ ବୁଧବାର ଅପରାହ୍ଣ ୪ଟା ୩୩ରେ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷ ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ କରିଛି। ଆମେରିକାର ଜାତୀୟ ବିମାନ ଚାଳନା ଓ ମହାକାଶ ପ୍ରଶାସନ(ନାସା) ଦ୍ବାରା ପ୍ରଶିକ୍ଷିତ ଦୁଇ ଜଣ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବାକୁ ଥିବା 'କ୍ରିଉ ଡ୍ରାଗନ' ନାମକ ଏହି ମହାକାଶ ଯାନକୁ ଫ୍ଲୋରିଡ଼ା ସ୍ଥିତ କେନେଡି଼ ମହାକାଶ କେନ୍ଦ୍ରରୁ ଫାଲକନ୍–୯ ରକେଟ୍ ଦ୍ବାରା ଉତ୍‌କ୍ଷେପଣ କରାଯିବ।

ଏଥି ସହିତ ଦୀର୍ଘ ନଅ ବର୍ଷ ପରେ ଆମେରିକା ମାଟିରୁ ପ୍ରଥମ ଚାଳକଯୁକ୍ତ ମହାକାଶଯାନର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛିା ସୂଚନା ଥାଉ କି, ଦୀର୍ଘ ୨୨ ବର୍ଷ ତଳେ ମହାକାଶରେ ସ୍ଥାପିତ ହୋଇଥିିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଅଦ୍ୟାବଧି କେବଳ ନାସା ଏବଂ ଋଷିଆ ମହାକାଶ ସଂସ୍ଥା ଦ୍ବାରା ବିକଶିତ ସ୍ବତନ୍ତ୍ର ଯାନ ହିଁ ମହାକାଶଚାରୀଙ୍କୁ ନେବା ଆଣିବା କରୁଛନ୍ତି। ଅବଶ୍ୟ ପରେ ନାସା ଦ୍ବାରା ଦୁଇଟି ଘରୋଇ ସଂସ୍ଥା ବୋଇଂ ଓ ସ୍ପେସ୍‌-ଏକ୍ସକୁ ଏଥିପାଇଁ ପ୍ରୋତ୍ସାହିତ କରାଯାଇଛି। ତେବେ ଏଥିରେ ସ୍ପେସ୍‌-ଏକ୍ସ ବାଜି ମାରିନେଇ ୩୦୦ କୋଟି ଡଲାର ବିନିମୟରେ 'କ୍ରିଉ ଡ୍ରାଗନ' ନାମକ ଏହି ମହାକାଶ ଯାନ ନିର୍ମାଣ କରିଛି। ଯେଉଁଥିରେ ରବର୍ଟ ବେନ୍‌କେନ୍(୪୯) ଓ ଡଗଲାସ୍‌ ହଲେର୍(୫୩) ନାମକ ଦୁଇ ଜଣ ମହାକାଶଚାରୀ ହିଁ ଯାତ୍ରା କରିବେ। ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ କେନେଡି଼ ମହାକାଶ କେନ୍ଦ୍ରରେ ଉପସ୍ଥିତ ରହି ଆମେରିକାର ଏହି 'ଡେମୋ–୨' ନାମକ ଅଭିଯାନକୁ ଦେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe