Prag News
ସ୍ପେନ : ଗତ ଦଶ ଦିନ ମଧ୍ୟରେ ସ୍ପେନ୍ର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ଥିବାରୁ ୧,୦୪୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ଚଳିତ ବର୍ଷର ଦ୍ବିତୀୟ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଅତି ଘାତକ ସାବ୍ୟସ୍ତ ହୋଇଛି।ଅତ୍ୟଧିକ ଉତ୍ତାପ ମୁଖ୍ୟତଃ ବରିଷ୍ଠ ନାଗରିକମାନଙ୍କୁ ପ୍ରଭାବିତ କରିଥିଲା। ପୀଡ଼ିତଙ୍କ ମଧ୍ୟରୁ ୬୭୨ ଜଣଙ୍କର ବୟସ ୮୬ କିମ୍ବା ତଦୁର୍ଦ୍ଧ୍ୱ। ୨୪୧ ଜଣ ୭୫ରୁ ୮୪ ବର୍ଷ ମଧ୍ୟରେ ଏବଂ ୮୮ ଜଣ ୬୫ରୁ ୭୪ ବର୍ଷ ବୟସ ମଧ୍ୟରେ ରହିଥିବା ଜଣାପଡ଼ିଛି।
Follow Us