ମାଦ୍ରିଦ୍: ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ୭୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୮ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୧୨ ଜଣ ଆଇସିୟୁରେ ଅଛନ୍ତି। ସୂଚନା ଅନୁଯାୟୀ, ଦକ୍ଷିଣ ସ୍ପେନରେ ଗୋଟିଏ ଦ୍ରୁତଗାମୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇ ଅନ୍ୟ ଏକ ଟ୍ରେନ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଟ୍ରେନ୍ ଲାଇନ୍ଚ୍ୟୁତ ହେବା ସହ ଏହି ଭୟଙ୍କର ଦୁର୍ଘଟଣା ହୋଇଛି। ଏହି ଟ୍ରେନ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଟ୍ରେନ୍ ଦୁର୍ଘଟଣାଟି ଟ୍ରାକ୍ର ସିଧା ଅଂଶରେ ହୋଇଥିବାରୁ ଏହା ଚକିତ କରିଛି ବୋଲି ସ୍ପେନ ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେ କହିଛନ୍ତି।
Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଅଧିକାରୀମାନେ କହିଛନ୍ତି, ଏକ ଟ୍ରେନ୍ ଟ୍ରାକ୍ରୁ ବାହାରି ବିପରୀତ ଦିଗରୁ ଆସୁଥିବା ଅନ୍ୟ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି। ସ୍ପେନର ରେଳ ଏଜେନ୍ସି ଏଡିଆଇଏଫ୍ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛି ଯେ, ମାଲାଗା ଓ ମାଦ୍ରିଦ୍ ମଧ୍ୟରେ ଯାତ୍ରା କରୁଥିବା ସନ୍ଧ୍ୟା ଟ୍ରେନ୍ ଲାଇନଚ୍ୟୁତ ହୋଇ ମାଦ୍ରିଦ୍ରୁ ସ୍ପେନର ଦକ୍ଷିଣ ସହର ହୁଏଲଭାକୁ ଯାଉଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ହୋଇଛି। ସ୍ପେନର କର୍ଡୋବାର ଆଡାମୁଏଜ୍ ଷ୍ଟେସନ୍ ନିକଟରେ ସ୍ଥାନୀୟ ସମୟ ସନ୍ଧ୍ୟା ୫ଟା ୪୦ରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ମାଦ୍ରିଦ୍ ଓ ଆଣ୍ଡାଲୁସିଆ ମଧ୍ୟରେ ହାଇ-ସ୍ପିଡ୍ ରେଳସେବା ବାଧାପ୍ରାପ୍ତ ହୋଇଛି। ଆଣ୍ଡାଲୁସିଆ ଜରୁରିକାଳୀନ ସେବା ସୋସିଆଲ ମିଡିଆରେ କହିଛି ଯେ, ସମସ୍ତ ରେଳ ଯାତାୟାତ ବନ୍ଦ ରହିଛି ଏବଂ ଘଟଣାସ୍ଥଳରେ ଜରୁରିକାଳୀନ ସେବା ଶୀଘ୍ର ପହଞ୍ଚୁଛି।
Minister Said about Startup: ଷ୍ଟାର୍ଟଅପ୍ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/20/fshhfshfsxbbv-2026-01-20-01-51-10.jpg)