କୋଭିଡ୍‌ଦ୍ବାରା ଆକ୍ରାନ୍ତ ହେବାରୁ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେନି ସ୍ପେନ୍‌ର ରାଷ୍ଟ୍ରପତି ପେଡ୍ରୋ ସାନ୍‌ଚେଜ୍‌

Advertisment
କୋଭିଡ୍‌ଦ୍ବାରା ଆକ୍ରାନ୍ତ ହେବାରୁ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେନି ସ୍ପେନ୍‌ର ରାଷ୍ଟ୍ରପତି ପେଡ୍ରୋ ସାନ୍‌ଚେଜ୍‌

Image Courtesy of India Today

ନୂଆଦିଲ୍ଲୀ: କୋଭିଡ୍‌ଦ୍ବାରା ଆକ୍ରାନ୍ତ ହୋଇଥିବାରୁ ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ ବୋଲି ଗୁରୁବାର ଦିନ ସ୍ପେନ୍‌ର ରାଷ୍ଟ୍ରପତି ପେଡ୍ରୋ ସାନ୍‌ଚେଜ୍‌ କହିଛନ୍ତି।

‘ଏକ୍ସ୍‌’ (ଟୁଇଟ୍‌) କରି ସାନ୍‌ଚେଜ୍‌ କହିଛନ୍ତି ଯେ, ସେ କୋଭିଡ୍‌ ପଜିଟିଭ୍‌ ବୋଲି ଆଜି ଅପରାହ୍ଣରେ ଜଣାପଡ଼ିବାରୁ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଯାଇ ପାରିବେ ନାହିଁ। ତାଙ୍କୁ ଭଲ ଲାଗୁଛି, କିନ୍ତୁ ସେ ଭାରତ ଯିବାକୁ ଅସମର୍ଥ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ନେତାଙ୍କ ଶିଖର ସମ୍ମିଳନୀରେ ସ୍ପେନ୍‌ର ପ୍ରତିନିଧିତ୍ବ କରିବେ କାର୍ଯ୍ୟନିର୍ବାହୀ ପ୍ରଥମ ଉପରାଷ୍ଟ୍ରପତି ନାଦିଆ କେଲ୍‌ଭିନୋ ଓ ବୈଦେଶିକ ମନ୍ତ୍ରୀ ଜୋସ୍‌ ମାନୁଏଲ୍‌ ଆଲ୍‌ବାରେସ୍।

publive-image Image Courtesy of Al Jazeera

ସୂଚନାଯୋଗ୍ୟ, ‘ଜି୨୦’ ଶିଖର ସମ୍ମିଳନୀରୁ ଓହରି ଯିବାରେ ସାନ୍‌ଚେଜ୍‌ ହେଉଛନ୍ତି କୌଣସି ବିକାଶଶୀଳ ଦେଶର ତୃତୀୟ ନେତା। ତାଙ୍କ ବ୍ୟତିରେକେ, ଆଉ ଦୁଇଟି ବିକାଶଶୀଳ ଦେଶର ନେତା ମଧ୍ୟ ଦିଲ୍ଲୀ ଆସିବେ ନାହିଁ। ସେହିପରି, ବିକଶିତ ରାଷ୍ଟ୍ର ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମଧ୍ୟ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ।

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ଯୋଗ ଦେବା ଲାଗି ‘ଜି୨୦’ ଦେଶର ସମସ୍ତ ନେତା ଓ ବାଂଲାଦେଶ, ଇଜିପ୍ଟ୍‌, ମରିସସ୍‌, ନେଦର୍‌ଲାଣ୍ଡସ୍‌, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍‌ ଓ ‘ୟୁ‌ଏଇ’ ଆଦି ଆଉ୯ଟି ଦେଶର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe