Image Courtesy of Times Now
ମାଡ୍ରିଡ୍: ଗୋଟାଏ ଡକାୟତି ଘଟଣାର ‘ଲାଇଭ୍ ରିପୋର୍ଟିଙ୍ଗ୍’ କରୁଥିବା ବେଳେ ସ୍ପେନୀୟ ଟେଲିଭିଜନ୍ ଚାନେଲ୍ ‘କ୍ବାଟ୍ରୋ’ର ଜଣେ ସାମ୍ବାଦିକାଙ୍କୁ ଅଶ୍ଳୀଳ-ସ୍ପର୍ଶ କରିଥିବା ଜଣେ ବ୍ୟକ୍ତିଙ୍କୁ ମାଡ୍ରିଡ୍ ପୁଲିସ ଗିରଫ କରିଥିବା କଥା ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମଙ୍ଗଳବାର ଦିନ ସାମ୍ବାଦିକା ଇସା ବାଲେଦୋ ଗୋଟାଏ ସଉଦାପତ୍ର ବିକ୍ରୟ କରାଯାଉଥିବା ଷ୍ଟୋର୍ ବାହାରେ ଥାଇ ଡକାୟତି ଘଟଣାର ‘ଲାଇଭ୍ ରିପୋର୍ଟିଙ୍ଗ୍’ କରୁଥିବା ବେଳେ ଅଭିଯୁକ୍ତ ପଛପଟକୁ ଆସି ତାଙ୍କ ଦେହରେ ଲାଗିଥିଲେ। କିନ୍ତୁ, ବାଲେଦୋ ତାହା ସହ୍ୟ କରି କ୍ଷଣିକ ପାଇଁ ସ୍ଥିର ରହିଥିଲେ ଓ ପରେ ପରେ ସେଠାରୁ ଘୁଞ୍ଚିଯାଇ ‘ରିପୋର୍ଟିଙ୍ଗ୍’ ଜାରି ରଖିଥିଲେ। କିନ୍ତୁ, ଷ୍ଟୁଡିଓରେ ଥିବା ‘ନିଉଜ୍ ଆଙ୍କର୍’ ବା ସମ୍ବାଦ ଉପସ୍ଥାପକ ବାଲେଦୋଙ୍କୁ ଅଟକାଇ କହିଲେ, ତୁମ ‘ରିପୋର୍ଟିଙ୍ଗ୍’ରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଦୁଃଖିତ ଇସା। ସେ କ’ଣ ତୁମ ପଛରେ ଥାଇ ଅଶ୍ଳୀଳ-ସ୍ପର୍ଶ କଲେ? ବାଲେଦୋ ‘ହିଁ’ କହିବାରୁ ‘ଆଙ୍କର୍’ ତାଙ୍କୁ ସେ ଲୋକଟି ଆଡ଼କୁ କ୍ୟାମେରା ବୁଲାଇବାକୁ କହିଲେ।
Image Grabbed From Videoଇସା କ୍ୟାମେରା ବୁଲାଇ ଲୋକଟିକୁ ସେ କଥା ପଚାରିବାରୁ ସେ ଅସ୍ବୀକାର କଲେ। ପରେ ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ହୋଇଥିଲା। ତାହା ଦେଖି ଲୋକେ ତୀବ୍ର ପ୍ରତିବାଦ କରିବାରୁ ପୁଲିସ ସେ ବ୍ୟକ୍ତିଙ୍କୁ ଗିରଫ କଲା।
Follow Us