ଜଷ୍ଟିସ୍‌ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି: ତଦନ୍ତ ପାଇଁ ୩ ଜଣିଆ କମିଟି

ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ଏହା ସହିତ...

Untitled-13

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ଏହା ସହିତ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାପାଇଁ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ ହୋଇଥିବା ବାଚସ୍ପତି ଘୋଷଣା କରିଛନ୍ତି। ଏହି କମିଟିରେ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ଅଛନ୍ତି। କମିଟି ଖୁବ୍‌ଶୀଘ୍ର ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଏକ ରିପୋର୍ଟ ଦାଖଲ କରିବ। ଉଲ୍ଲେଖ‌ଯୋଗ୍ୟ, ବିଚାରପତି ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବା ସମୟରେ ଅଗ୍ନି ନିର୍ବାପକ ଦଳ ସେଠାରୁ ବିଡ଼ା ବିଡ଼ା ଦରପୋଡ଼ା ନଗଦ ଟଙ୍କା ପାଇଥିଲେ। ଏହି ଘଟଣାକୁ ନେଇ ବଡ଼ ଧରଣର ବିବାଦ ହୋଇଛି ଏବଂ ଜଷ୍ଟିସ ବର୍ମାଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି। 
ବାଚସ୍ପତି ବିର୍ଲା ଲୋକସଭାକୁ ଜଣାଇଛନ୍ତି ଯେ  ସେ ଉଭୟ ବିରୋଧୀ ଓ ଶାସକ ଦଳର ୧୪୬ ସାଂସଦଙ୍କ ଦ୍ବାରା ସ୍ବାକ୍ଷର କରାଯାଇଥିବା ଏକ ଲିଖିତ ନୋଟିସ୍‌ ଗ୍ରହଣ କରିଛନ୍ତି।  ସମ୍ବିଧାନର ଧାରା ୨୧୮, ୧୨୪ (୪), ୨୧୭ ଏବଂ ଜଜେସ୍‌ ଏନକ୍ବାରି ଆକ୍ଟ , ୧୯୬୮ର ଧାରା ୩ ଅଧୀନରେ ଆହ୍ଳାବାଦ ହାଇକୋର୍ଟରେ ବର୍ତ୍ତମାନ ବିଚାରପତି ଥିବା ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ହଟାଇବାପାଇଁ ଏକ ପ୍ରସ୍ତାବ ଆଣିବାପାଇଁ ଏହି ନୋଟିସ୍‌ରେ ଦର୍ଶାଯାଇଥିଲା। ବାଚସ୍ପତି ଗୃହକୁ ଅବଗତ କରିଛନ୍ତି ଯେ ବର୍ମାଙ୍କ ୩୦ ତୁଗଲକ ବଙ୍ଗଳାରୁ ବିପୁଳ ଅର୍ଥ ଠାବ ହୋଇଥିଲା। ନୋଟିସ୍‌ ଗ୍ରହଣ କରିବା ସହ ବିର୍ଲା କହିଛନ୍ତି ଯେ ତଦନ୍ତ କମିଟି ରିପୋର୍ଟ ଗ୍ରହଣ ପରେ ହିଁ ଏହି ମାମଲାରେ ମହାଭିଯୋଗ ପ୍ରସ୍ତାବ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ବାଚସ୍ପତି କହିଛନ୍ତି, ସଂସଦ ଏହି ପ୍ରସଙ୍ଗରେ ସାଂସଦମାନେ ଏକ ସ୍ବରରେ କହିବା ଉଚିତ ଏବଂ ଏହା ହେଲେ ହିଁ ଦୁର୍ନୀତି ବିରୋଧରେ ସେମାନଙ୍କ ଶୂନ୍ୟ ସହନଶୀଳତା  ବାର୍ତ୍ତା ଲୋକଙ୍କ ପାଖକୁ ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe