ବୁଧବାର ବାଚସ୍ପତି ନିର୍ବାଚନ, ନିଜ ନିଜ ସଦସ୍ୟଙ୍କୁ ହ୍ବିପ୍ ଜାରି କଲେ ବିଜେପି, କଂଗ୍ରେସ୍

Advertisment
ବୁଧବାର ବାଚସ୍ପତି ନିର୍ବାଚନ, ନିଜ ନିଜ ସଦସ୍ୟଙ୍କୁ ହ୍ବିପ୍ ଜାରି କଲେ ବିଜେପି, କଂଗ୍ରେସ୍

ନୂଆଦିଲ୍ଲୀ : ନିର୍ବାଚନ ପରେ ଏବେ ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଗୃହର ସଦସ୍ୟମାନେ ଶପଥ ଗ୍ରହଣ କରିବା ପରେ ଏବେ ବୁଧବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନିର୍ବାଚନ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ଜୁନ୍ ୨୬ରେ ଗୃହରେ ଉପସ୍ଥିତ ରହିବା ପାଇଁ ଲୋକସଭାରେ ନିଜ ସାଂସଦମାନଙ୍କୁ ତିନି ଧାଡ଼ିର ହ୍ୱିପ୍ ଜାରି କରିଛି।

କଂଗ୍ରେସ ସଂସଦୀୟ ଦଳ ତରଫରୁ ସାଂସଦମାନଙ୍କୁ ଚିଠି ଲେଖି କୁହାଯାଇଛି ଯେ ଆସନ୍ତାକାଲି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଣାଯିବ। ଲୋକସଭାରେ କଂଗ୍ରେସ ପାର୍ଟିର ସମସ୍ତ ସଦସ୍ୟ ସକାଳ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। କଂଗ୍ରେସର ଏହି ହ୍ୱିପ୍ କେ ସୁରେଶ ଜାରି କରିଛନ୍ତି, ସେ ବିରୋଧୀ ଦଳରୁ ଲୋକସଭା ବାଚସ୍ପତିଙ୍କ ପ୍ରାର୍ଥୀ ମଧ୍ୟ ଅଟନ୍ତି ।

ସେହିପରି ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଅଧିବେଶନରେ ଉପସ୍ଥିତ ରହିବାକୁ ବିଜେପି ତା'ର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରିବା ସହ ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe