ଜୁଲାଇ ୨୨ରେ ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ନିର୍ବାଚନ: ଶ୍ରୀଲଙ୍କାର ବାଚସ୍ପତି

Advertisment
ଶ୍ରୀଲଙ୍କା ଫେରିଲେ ଗୋଟାବାୟା

Image Courtesy of India TV

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଥିବା କଥା ଆଜି ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଦନା ଔପଚାରିକ ଭାବେ ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦେବା କଥା ଘୋଷଣା କରିବା ପରେ ସେ କହିଛନ୍ତି ଯେ, ଶନିବାର ଦିନ ପାର୍ଲାମେଣ୍ଟ୍‌ ଅଧିବେଶନ ବସିବ।

ଗୁରୁବାର ଦିନ ଗୋଟାବାୟା ଇ-ମେଲ୍‌ ଜରିଆରେ ପଠାଇଥିବା ଇସ୍ତଫା ପତ୍ରଟିକୁ ବାଚସ୍ପତି ଆବେବର୍ଦ୍ଦନା ଗ୍ରହଣ କରିଥିଲେ।

ଶାନ୍ତି ବଜାୟ ରଖିବା ଲାଗି ଜନସାଧାଣଙ୍କୁ ଅନୁରୋଧ କରି ଶ୍ରୀଲଙ୍କାର ବାଚସ୍ପତି କହିଛନ୍ତି, ସମସ୍ତ ସାଂସଦଙ୍କୁ ଶାନ୍ତିପୂର୍ଣ୍ଣ ବାତାବରଣରେ ଛାଡ଼ନ୍ତୁ। ଫଳରେ ଆଗାମୀ ୭ ଦିନ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସେମାନେ ଅଂଶଗ୍ରହଣ କରିପାରିବେ। ଅର୍ଥାତ୍‌ ଜୁଲାଇ ୨୨ ତାରିଖ ଦିନ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ କରାଯିବ।

publive-image Image Courtesy of The Indian Express

ଶ୍ରୀଲଙ୍କାର ସମ୍ବିଧାନ ଅନୁସାରେ, ଗୋଟାବାୟାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀଲଙ୍କାର ସଂସଦ ଜଣେ ସାଂସଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ନ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ହିଁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ଦାୟିତ୍ବରେ ରହିବେ।

ବାଚସ୍ପତିଙ୍କ ଗଣମାଧ୍ୟମ ସଚିବ ଇନ୍ଦୁନୀଳ ଅବେବର୍ଦେନା କହିଛନ୍ତି, ଗୁରୁବାର ରାତିରେ ସିଙ୍ଗାପୁରସ୍ଥିତ ଶ୍ରୀଲଙ୍କା ହାଇକମିସନ୍‌ଙ୍କ ଜରିଆରେ ବାଚସ୍ପତି ରାଜପକ୍ଷେଙ୍କଠାରୁ ଇସ୍ତଫା ପତ୍ର ଗ୍ରହଣ କରିଥିଲେ। କିନ୍ତୁ, ଯାଞ୍ଚ ପ୍ରକ୍ରିୟା ଏବଂ ଆଇନଗତ ଔପଚାରିକତା ପରେ ସେ ଆନୁଷ୍ଠାନିକ ଭାବ‌େ ରାଷ୍ଟ୍ରପତିଙ୍କ ଇସ୍ତଫା କଥା ଘୋଷଣା କରିବାକୁ ଚାହୁଁଥିଲେ।

ସିଙ୍ଗାପୁର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ବ୍ୟକ୍ତିଗତ ଗସ୍ତରେ ରାଜପକ୍ଷେଙ୍କୁ ସିଙ୍ଗାପୁରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe