୧୮ରେ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

Advertisment

ସରକାର ଆଣିବେ ୨୪ ବିଲ୍‌

ସରକାର ଆଣିବେ ୨୪ ବିଲ୍‌

୧୮ରେ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

Rediffmail

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଶନିବାର ଦିନ ସଂସଦ ଭବନ ପରିସରରେ ସମସ୍ତ ରାଜନୈତିକ ଦଳ ନେତାମାନଙ୍କର ଏକ ବୈଠକ କରିଛନ୍ତି। ମୌସୁମୀ ଅଧିବେଶନ ପ୍ରସ୍ତୁତି ସଂକ୍ରାନ୍ତରେ ବିର୍ଲା ସାଂସଦମାନଙ୍କୁ ଅବଗତ କରିଛନ୍ତି। ବୈଠକରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ଡିଏମ୍‌କେ ସାଂସଦ ଟିଆର୍‌ ବାଲୁ, କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରହ୍ଲାଦ ଯୋଶୀ, ବିଜେପି ସାଂସଦ ଅର୍ଜୁନ ରାମ ମେଘୱାଲ, ୱାଇଏସଆରସିପି ସାଂସଦ ପିଭି ମିଥୁନରେଡ୍ଡି, ଆର୍‌ଏଲଜେପି ସାଂସଦ ପଶୁପତି କୁମାର ପାରସ ଏବଂ ଅନ୍ୟ ଦଳର ସାଂସଦମା‌ନେ ଯୋଗ ଦେଇଥିଲେ। ବୈଠକରେ ବିର୍ଲା ସବୁ ଦଳର ସଦସ୍ୟମାନଙ୍କୁ ପ୍ରମୁଖ ପ୍ରସଙ୍ଗଗୁଡ଼ିକରେ ଆଲୋଚନା କରିବାପାଇଁ ଅନୁରୋଧ କରିଥିଲେ।

କଂଗ୍ରେସର ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଗୃହରେ ବିରୋଧୀମାନଙ୍କୁ ବିଭିନ୍ନ ପ୍ରସଙ୍ଗ ଉଠାଇବାପାଇଁ ସମୟ ମିଳିବା ଉଚିତ। ନେତାମାନେ ଅଗ୍ନିପଥ ନିଯୁକ୍ତି ଯୋଜନା ଏବଂ ବେରୋଜଗାର ଏବଂ କୃଷି ପ୍ରସଙ୍ଗରେ ଆଗାମୀ ଅଧିବେଶନରେ ଆଲୋଚନା ଦାବି କରିଛନ୍ତି ବୋଲି ଚୌଧୁରୀ କହିଛନ୍ତି। ମୌସୁମୀ ଅଧିବେଶନରେ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିବେ। କ୍ୟାଣ୍ଟନମେଣ୍ଟ୍‌ ବିଲ୍‌ , ବହୁମୁଖୀ ସମବାୟ ସମିତି (ସଂଶୋଧନ) ବିଲ୍ ଏବଂ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କ୍‌ରପ୍‌ସି (ଦେବାଳିଆ) କୋଡ୍‌ (ସଂଶୋଧନ) ବିଲ୍‌ ସମେତ ମୋଟ୍‌ ୨୪ ଟି ବିଲ୍‌ ସରକାର ଆଣିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe