‘ବନ୍ଦେ ଭାରତମ୍‌’କୁ ସ୍ବତନ୍ତ୍ର ପୁରସ୍କାର

‘ବନ୍ଦେ ଭାରତମ୍‌’କୁ ସ୍ବତନ୍ତ୍ର ପୁରସ୍କାର

ANI News

ନୂଆଦିଲ୍ଲୀ : ଚଳିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା କର୍ତ୍ତବ୍ୟ ପଥରେ ଆୟୋଜିତ ‘ବନ୍ଦେ ଭାରତମ୍‌’ ନୃତ୍ୟକୁ ସ୍ବତନ୍ତ୍ର ପୁରସ୍କାର ମିଳିଛି। ନାରୀ ଶକ୍ତିକୁ ନେଇ ୧୦ ମିନିଟ୍‌ ଅବଧିର ଏହି ନୃତ୍ୟରେ ୪୭୯ କଳାକାର ଭାଗନେଇଥିଲେ। ଏଥିରେ ଓଡ଼ିଶୀ, ଶ୍ରୀକ୍ଷେତ୍ରର ସାହିଯାତ ଓ କେନ୍ଦୁଝରର ଝୁମର ନୃତ୍ୟ ସାମିଲ ହୋଇଥିଲା। ନୃତ୍ୟ ସଂଯୋଜନା ପାଇଁ ଦେଶର ଚାରି ଜଣ ପ୍ରସିଦ୍ଧ କୋରିଓଗ୍ରାଫର୍‌ଙ୍କ ମଧ୍ୟରେ ସାମିଲ ହୋଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗାନା କବିତା ଦ୍ବିବେଦୀ ଓ ନିବେଦିତା ମହାପାତ୍ର। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଗଠିତ ତିନି ଜଣିଆ ବିଚାରକମଣ୍ଡଳୀ ଦ୍ବାରା ସ୍ବତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe