ବାଟ ଛାଡ ଆମ୍ବୁଲାନ୍ସ ଆସୁଛି.. ହଠାତ୍ ଅଚେତ ହୋଇପଡିଲେ ଭକ୍ତ, ଆମ୍ବୁଲାନ୍ସ ପାଇଁ ଦି’ଭାଗ ହେଇଗଲା ବଡ଼ଦାଣ୍ଡ ଭିଡ଼

ରଥଯାତ୍ରା ପାଇଁ ପୁରୀରେ ଜନସମୁଦ୍ର ଲହଡି ଭାଙ୍ଗୁଥିବା ବେଳେ ଆମ୍ବୁଲାନ୍ସ ପାଇଁ ୨ ଭାଗ ହୋଇଯାଇଛି ବଡଦାଣ୍ଡ । ଗହଳି ପୂରା ଦୁଇ ଭାଗ ହେଇଗଲା ଜରୁରୀକାଳୀନ ସେବା ପାଇଁ ଆଉ ଆମ୍ବୁଲାନ୍ସ ସେହି ଗହଳି ଆଡେଇ ଆଗକୁ ଆଗକୁ ମାଡିଗଲା । 

corrider

ପୁରୀ: ଚାଲିଥିଲା ଶ୍ରୀଜିଉଙ୍କ ପହଣ୍ଡି । ବଡଦାଣ୍ଡରେ ଶ୍ରୀଜିଉଙ୍କ ଦିବ୍ୟ ପହଣ୍ଡି ଦେଖୁଥିଲେ ଲକ୍ଷଲକ୍ଷ ଭକ୍ତ । ହେଲେ ୟାରି ଭିତରେ ହଠାତ୍ ଅଚେତ ହୋଇପଡିଲେ କିଛି ଭକ୍ତ । ଗରମ ଓ ଗୁଳୁଗୁଳି ପାଇଁ ଅସୁସ୍ଥ ହୋଇପଡିଲେ ଭକ୍ତ । ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ ଦ୍ବାରା ଷ୍ଟେଚରରେ ସେମାନଙ୍କୁ ବୋହି ନେଇଥିବା ବେଳେ ଆମ୍ବୁଲାନ୍ସକୁ ଜରିଆରେ ମେଡିକାଲ ପଠାଯାଇଛି । 

ଆଉ ଏହି ସମୟରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ରଥଯାତ୍ରା ପାଇଁ ପୁରୀରେ ଜନସମୁଦ୍ର ଲହଡି ଭାଙ୍ଗୁଥିବା ବେଳେ ଆମ୍ବୁଲାନ୍ସ ପାଇଁ ୨ ଭାଗ ହୋଇଯାଇଛି ବଡଦାଣ୍ଡ । ଗହଳି ପୂରା ଦୁଇ ଭାଗ ହେଇଗଲା ଜରୁରୀକାଳୀନ ସେବା ପାଇଁ ଆଉ ଆମ୍ବୁଲାନ୍ସ ସେହି ଗହଳି ଆଡେଇ ଆଗକୁ ଆଗକୁ ମାଡିଗଲା । 

ତେବେ ଆମ୍ବୁଲାନ୍ସକୁ ବାଡ କଢେଇ ନେବାକୁ ଆରଏସଏସର ସ୍ବେଚ୍ଛାସେବୀମାନେ ସଙ୍ଗେସଙ୍ଗେ ଏକ କରିଡର ତିଆରି କରିଦେଲେ । ହାତକୁ ହାତ ଛଡି ଆମ୍ବୁଲାନ୍ସ ପାଇଁ କରିଡର କରିବା ପରେ ଭକ୍ତିର ଭିଡରେ ଆଗକୁ ଯାଇଛି ଆମ୍ବୁଲାନ୍ସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe