ଦୁର୍ବଳ ଓ ଅବହେଳିତଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ରେସନ୍‌ କାର୍ଡ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି ୩କୋଟି ୩୩ ଲକ୍ଷ ହିତାଧିକାରୀ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

Image Courtesy of Swarajya

ନୂଆଦିଲ୍ଲୀ: ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ରେସନ୍‌ କାର୍ଡ ଜାରି କରିବା ନିମନ୍ତେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ବୁଧବାର ଦିନ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ପ୍ରମୁଖ ସଚିବ/ସଚିବଙ୍କ ପ୍ରତି ଲେଖିଥିବା ପତ୍ରରେ ଉଲ୍ଲେଖ ଅଛି ଯେ, ନିର୍ଦ୍ଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ଦାୟିତ୍ବରେ ପରିଚାଳିତ ହୋଇଥାଏ। ନଗର ଓ ଗ୍ରାମାଞ୍ଚଳର ଦୁର୍ବଳ ଓ ଅବହେଳିତ ବର୍ଗର ଉପଯୁକ୍ତ ବ୍ୟକ୍ତି/ପରିବାରଙ୍କୁ ଚିହ୍ନଟ କରି ‘ଏନ୍‌ଏଫ୍‌ଏସ୍‌ଏ’ ଜରିଆରେ ରେସନ୍ କାର୍ଡ ଦିଆଯାଇ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉ। ଏହାଛଡ଼ା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିୟମିତ ଭାବେ‌ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରନ୍ତୁ।

publive-image Image Courtesy of Mint

ସାମ୍ପ୍ରତିକ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ରାସ୍ତାକଡ଼ ବାସିନ୍ଦା, ଆବର୍ଜନା ସାଉଁଣ୍ଟାଳି, ବୁଲା ବିକାଳି, ରିକ୍ସାବାଲା, ପ୍ରବାସୀ ଶ୍ରମିକମାନଙ୍କ ଭଳି ସମାଜର ଅବହେଳିତ ଏବଂ ଦୁର୍ବଳ ବର୍ଗଙ୍କର ଖାଦ୍ୟଶସ୍ୟ ଜରୁରୀ ଆବଶ୍ୟକ ଥିଲେ ମଧ୍ୟ ରେସନ୍‌ କାର୍ଡ ଅଭାବରୁ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ବାସସ୍ଥାନ ପ୍ରମାଣ ନ ଥିବା କେତେକ ଗରିବ ଏବଂ ଅଭାବୀ ଲୋକ ମଧ୍ୟ ରେସନ୍‌ କାର୍ଡ ପାଉ ନାହାନ୍ତି। ତେଣୁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ।

ସାମ୍ପ୍ରତିକ ପରିସ୍ଥିତିରେ ‘ଏନ୍‌ଏଫ୍‌ଏସ୍‌ଏ’ର ସର୍ବାଧିକ ଉପଯୋଗ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଉଭୟ ନଗରାଞ୍ଚଳ ଓ ମଫସଲ ଅଞ୍ଚଳର ଅବହେଳିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଜନତାଙ୍କୁ ଖାଦ୍ୟଶସ୍ୟ‌ ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରନ୍ତୁ।

ଅଭିଯାନର ଅଗ୍ରଗତି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଉପରୋକ୍ତ ବିଭାଗକୁ ପାକ୍ଷିକ ରିପୋର୍ଟ ପ୍ରଦାନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe