ବିଜେପି କାର୍ଯ୍ୟକାରିଣୀ ବୈଠକରେ ପରସା ଗଲା ଆମ୍ବ ଡାଲି, ପୁଦିନା ଭାତ ସହ ୫୦ ରକମର ଖାଦ୍ୟ

Advertisment
ବିଜେପି କାର୍ଯ୍ୟକାରିଣୀ ବୈଠକରେ ପରସା ଗଲା ଆମ୍ବ ଡାଲି, ପୁଦିନା ଭାତ ସହ ୫୦ ରକମର ଖାଦ୍ୟ

ହାଇଦ୍ରାବାଦ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦଯାପିତ ହୋଇଯାଇଛି | ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ସିଥିବା ବିଜେପି ନେତାମାନେ ଏକାଠି ହୋଇ ଆଗାମୀ ରଣନୀତି କିଭଳି ହେବ ସେନେଇ ଆଲୋଚନା କରିଥିଲେ | ତେବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜେପି ନେତା/ନେତ୍ରୀମାନଙ୍କୁ ନିଜାମ ନଗରୀର ଖାଦ୍ୟ ଚଖାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା | କାର୍ଯ୍ୟକାରିଣୀ ବୈଠକରେ ତେଲେଙ୍ଗାନାର କିଛି ଲୋକପ୍ରିୟ ଖାଦ୍ୟ ପରସା ଯାଇଥିଲା |

ଏହି ବୈଠକରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବରିଷ୍ଠ ବିଜେପି ନେତାଙ୍କ ପାଇଁ ପ୍ରାୟ ୫୦ଟି ଖାଦ୍ୟକୁ ନେଇ ଏକ ବିସ୍ତୃତ ମେନୁ ପ୍ରସ୍ତୁତ କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନେତାଙ୍କୁ ଦୃଷ୍ଟିରେ ରଖି କ୍ୟାଟେରର୍ ଜି ଯାଦମା ଏହି ମେନୁ ପ୍ରସ୍ତୁତ କରିଥିଲେ। ଏହି ମେନୁରେ ସ୍ନାକ୍ସରେ ଆଳୁ ପନିର ପପରସ, ଭେଜ୍ ସ୍ପ୍ରିଙ୍ଗ୍ ରୋଲ୍, ମକା ସିଙ୍ଗଡ଼ା, ସାଣ୍ଡୱିଚ୍, ସପୁରି ଜୁସ, ତରଭୁଜ ଜୁସ ସହିତ ଇରାନୀ ଚା ଏବଂ କଫିର ବ୍ୟବସ୍ଥା କରାଯାଇଥିଲା |

ସେହିପରି ମୁଖ୍ୟ ଖାଦ୍ୟରେ ଟମାଟୋ-ବିନ୍ ତରକାରୀ, ଆଳୁ କୁର୍ମା, ମସଲାଦିଆ ବାଇଗଣ, ଗୁଣ୍ଡ-ନଡିଆ ତରକାରୀ, ମେଥି-ମୁଗ ଡାଲ୍ ଫ୍ରାଏ, ଆମ୍ବରେ ପ୍ରସ୍ତୁତ ଡାଲି, ବିରିୟାନି, ପୁଲିହୋରା, ପୁଦିନା ଭାତ, କଦଳୀ ଭାତ, କାକୁଡି ଚଟନି, ଟମାଟୋ ଚଟନି ଥିଲା | ଟମାଟୋ, ବାଦାମ, ନଡିଆ ଏବଂ ଲଙ୍କାରେ ପ୍ରସ୍ତୁତ ବିଭିନ୍ନ ଚଟନି ମଧ୍ୟ ଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୋଷେୟାମାନଙ୍କ ସହ କଥାବାର୍ତ୍ତା କରିସୁସ୍ୱାଦୁ ଖାଦ୍ୟ ବିଷୟରେ ପଚାରି ବୁଝିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe