ଦେଶରେ କୋଭିଡ୍‌ ଟିକା ବଣ୍ଟାଯିବା ଲାଗି ସ୍ବତନ୍ତ୍ର ଯୋଜନା

ଫାଇଜର୍‌ ଟିକା ନେବାର ସପ୍ତାହକ ପରେ ଆମେରିକୀୟ ନର୍ସ‌୍ କରୋନା ସଂକ୍ରମିତ

The Conversation

ନୂଆଦିଲ୍ଲୀ : ନିକଟ ଭବିଷ୍ୟତରେ କେବେ ବି କୌଣସି କୋଭିଡ୍‌ ଟିକାଟିଏ ମିଳିଲେ, ତାହାକୁ ସରକାର ସାରା ଦେଶରେ କିଭଳି ସୁଚାରୁରୂପେ ବଣ୍ଟନ କରିବେ ତାହା ହିଁ ପ୍ରମୁଖ ବିଷୟ ହୋଇଛି। ତେବେ ଏଥିପାଇଁ ଏକ ସ୍ବତନ୍ତ୍ର କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇ କେନ୍ଦ୍ର ସରକାର ସିଧାସଳଖ ଟିକାର ସମସ୍ତ ଉପଲବ୍‌ଧ ମାତ୍ରାକୁ ସଂଗ୍ରହ କରି ପ୍ରାଥମିକତା ଭିତ୍ତିରେ ମାଗଣାରେ ତାହା ଯୋଗାଣ କରିବେ ବୋଲି ଜଣାଯାଇଛି। ଏଥିପାଇଁ ବର୍ତ୍ତମାନ ସକ୍ରିୟ ଥିବା ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଟିକାଯୋଗାଣ ବ୍ୟବସ୍ଥାକୁ ବିନିଯୋଗ କରାଯିବ। ସେହିପରି ରାଜ୍ୟମାନେ ନିଜ ଇଚ୍ଛା ଅନୁସାରେ କୌଣସି ଟିକା ସଂଗ୍ରହ ନ କରିବା ପାଇଁ ମଧ୍ୟ ତାଗିଦ କରାଯାଇଛି।

ସମ୍ପ୍ରତି ଦେଶରେ କାର୍ଯ୍ୟ କରୁଥିବା ସାର୍ବଜନୀନ ଟିକାକରଣ ଯୋଜନାକୁ ଉନ୍ନତ ତଥା ସମ୍ପ୍ରସାରିତ କରାଯାଇ ତାହା ମାଧ୍ୟମରେ ଟିକା ସଂଗ୍ରହ, ସଂରକ୍ଷଣ, ପରିବହନ ସମେତ ପ୍ରତି ହିତାଧିକାରୀ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଟିକା ଦେବା ପାଇଁ ଅନ୍‌ଲାଇନ୍‌ରେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିକାଶ କରାଯାଉଛି। ସମ୍ପ୍ରତି ଟିକାର ଶୀତଳୀକୃତ ସଂରକ୍ଷଣ ଓ ପରିବହନ ପାଇଁ କିଛି ଘରୋଇ ଘରୋଇ ଉଦ୍ୟୋଗ ସହ ମଧ୍ୟ କଥାବାର୍ତ୍ତା ଚାଲିଥିବା ଜଣାଯାଇଛି।

ପ୍ରାଥମିକତା ଭିତ୍ତିରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ମଧ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ସେବିକା ଓ ଆଶାକର୍ମୀ ସମେତ ଏକକୋଟି ସ୍ବାସ୍ଥ୍ୟକର୍ମୀ, ମ୍ୟୁନିସିପାଲ କର୍ମଚାରୀ, ପୁଲିସ କର୍ମଚାରୀ ଓ ସୁରକ୍ଷା କର୍ମୀ ସମେତ ଦୁଇ କୋଟି ସମ୍ମୁଖ କୋଭିଡ୍‌ ଯୋଦ୍ଧା, ୫୦ ବର୍ଷରୁ ବୟସ୍କ ୨୬ କୋଟି ନାଗରିକ ଏବଂ ୫୦ ବର୍ଷରୁ କମ୍‌ ବୟସର ସ୍ବତନ୍ତ୍ର ଚିକିତ୍ସା ସେବା ଲୋଡୁଥିବା ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତମାନେ ରହିଛନ୍ତି। ତେବେ ଆଗାମୀ ଜୁଲାଇ ସୁଦ୍ଧା ପାଖାପାଖି ୨୫ କୋଟି ଲୋକଙ୍କୁ ଟିକାପ୍ରଦାନ ପାଇଁ ସରକାର ଆକଳନ କରିଥିବା ବେଳେ ସେଥିପାଇଁ ୪୦ରୁ ୫୦ କୋଟି ଟିକା ସଂଗ୍ରହ ଓ ସଂରକ୍ଷଣ ପାଇଁ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସଜାଡ଼ୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe