ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ବିଜେପିକୁ ‘ସିରିୟଲ କିଲର’ କହି ବର୍ଷିଲେ କେଜ୍ରିୱାଲ

Advertisment
ଜେଲ୍‌ରୁ ବାହାରିବା ପରେ ପତ୍ନୀଙ୍କ ସହ ହନୁମାନ ମନ୍ଦିର ପରିଦର୍ଶନ କଲେ କେଜ୍ରିୱାଲ୍‌

Image Courtsy: The Indian Express

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ। ଏହି ଅଧିବେଶନରେ କେଜ୍ରିୱାଲ ତାଙ୍କ ଉଦ୍‌ବୋଧନରେ ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି। ବିଜେପି ନିର୍ବାଚିତ ସରକାରକୁ ଭାଙ୍ଗୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଦେଶରେ ଏବେ ଏକ ‘ସିରିୟଲ କିଲର’ ରହିଛି। ଏହା ଗୋଟିଏ ପରେ ଗୋଟିଏ ହତ୍ୟା କରୁଛି। ଅନେକ ନିର୍ବାଚିତ ସରକାର ଅଧାରୁ ଭାଙ୍ଗିଯିବାକୁ ଇଙ୍ଗିତ କରି କେଜ୍ରିୱାଲ ଏହା କହିଛନ୍ତି। ସ୍ବତନ୍ତ୍ର ଅଧିବେଶନରେ ଭାଷଣ ଦେବା ସମୟରେ କେଜ୍ରିୱାଲ ବିଜେପି ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲ କହିଛନ୍ତ, ବିଜେପି ଏଯାବତ ଦେଶର ୨୭୭ ବିଧାୟକଙ୍କୁ କିଣିଛି ଏବଂ ଜିଏସ୍‌ଟି ବାବଦ ଅର୍ଥ ବ୍ୟବହାର କରୁଛି। କେଜ୍ରିୱାଲଙ୍କ ଗଣନା ଅନୁଯାୟୀ ୨୭୭ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଯଦି ପ୍ରତି ବିଧାୟକଙ୍କୁ ସେମାନେ ୨୦ କୋଟି ଦେଇଥି‌‌ବେ ତେବେ ସେମାନେ ୫,୫୦୦ କୋଟି ବ୍ୟୟ କରିଥିବେ।

ଏହି କାରଣ ପାଇଁ ଦେଶରେ ମୁଦ୍ରାସ୍ଫୀତି ହେଉଛି। ବିଜେପି ସବୁ ଟଙ୍କା ବିଧାୟକଙ୍କୁ କିଣିବାପାଇଁ ବ୍ୟବହାର କରୁଛି। ଏହାର ଫଳ ସାଧାରଣ ଲୋକ ଭୋଗୁଛନ୍ତି। ବିଜେପି ଦେଶରେ ଅନେକ ସରକାର ଭାଙ୍ଗିଛି। ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟରେ ବିଜେପି ନିର୍ବାଚିତ ସରକାରକୁ ଭାଙ୍ଗିଛି। ଲୋକେ ଗୋଟିଏ ସରକାର ବାଛୁଛନ୍ତି କିନ୍ତୁ ବିଜେପି ଏହାକୁ ଭାଙ୍ଗୁଛି। ବିଜେପିର ଗୁଜରାଟ ଦୁର୍ଗ ବିପଦରେ ଅଛି। ସେଥିପାଇଁ ଇଡି ଏବଂ ସିବିଆଇ ଆମ ଉପରେ ଚଢ଼ଉ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲଙ୍କ ଏଭଳି ଅଭିଯୋଗ ନେଇ ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀବାସୀଙ୍କୁ କେବଳ ବିଭ୍ରାନ୍ତିରେ ରଖି ଡାହା ମିଛ ଦ୍ବାରା କେଜ୍ରିୱାଲ ହଟଚମଟ ପ୍ରୟାସ କରୁଛନ୍ତି। ତାଙ୍କର ସବୁ ଚାଲ୍‌କୁ ଲୋକେ ବୁଝି ସାରିଛନ୍ତି ଏବଂ ଜନସାଧାରଣ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଦିଲ୍ଲୀ ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe