ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଛାତ୍ର-ଛାତ୍ରୀ ,ପର୍ଯ୍ୟଟକ ଓ ଶ୍ରମିକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

Advertisment
ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଛାତ୍ର-ଛାତ୍ରୀ ,ପର୍ଯ୍ୟଟକ ଓ ଶ୍ରମିକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୋଦୀ ସରକାର ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ନିଜ ଘର ଥିବା ରାଜ୍ୟକୁ ପଠାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦେଶର ଅନେକ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

publive-image

ଗୃହ ମନ୍ତ୍ରଣାଳୟ କହିଛି ଯେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ,ପର୍ଯ୍ୟଟକଙ୍କ ଯାତାୟତକୁ ମଧ୍ୟ ଅନୁମୋଦନ କରାଯାଇଛି। ଲକଡାଉନରେ ଫସି ରହିଥିବା ଏଭଳି ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ମାଧ୍ୟମରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଏଥି ସହିତ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ସହ ସମନ୍ୱୟ ରକ୍ଷା କରିବାକୁ ରେଳ ମନ୍ତ୍ରଣାଳୟ ମାଧ୍ୟମରେ ଜଣେ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ ହେବେ। ଏଠାରେ ସୂଚନା ଥାଉ କି ରେଳ ମନ୍ତ୍ରଣାଳୟର ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି ଯାହା ଶୁକ୍ରବାର ସକାଳେ ତେଲେଙ୍ଗାନାର ଲିଙ୍ଗମ୍ପାଲିରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe