ଇମ୍ଫାଲ: ମଣିପୁରରେ କୋଭିଡ୍ ଟିକା ନେବା ପାଇଁ ଲୋକଙ୍କ ଆଗ୍ରହ ଉଦ୍ରେକ କରିବାକୁ ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି। ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଗା ଟିକାକରଣ ଶିବିରକୁ ଯାଇ କୋଭିଡ୍-୧୯ ଟିକା ନେଲେ ଏକ ଟେଲିଭିଜନ ସେଟ୍, ମୋବାଇଲ ଫୋନ୍ କିମ୍ବା କମ୍ବଳ ମିଳିବ। ଅଧିକ ଲୋକଙ୍କୁ ଟିକା ଦେବାରେ ସଫଳ ହେବା ପାଇଁ ଇମ୍ଫାଲ ପଶ୍ଚିମ ଜିଲ୍ଲା ପ୍ରଶାସନ ଆସନ୍ତା ୨୪ରୁ ୩୧ ତାରିଖ ମଧ୍ୟରେ ଜିଲ୍ଲାର ତିନିଟି କେନ୍ଦ୍ରରେ ମେଗା ଟିକାକରଣ ଶିବିରର ଆୟୋଜନ କରୁଛନ୍ତି। ଶିବିରକୁ ଅଧିକ ସଂଖ୍ୟାରେ ଲୋକମାନେ ଆସିବା ପାଇଁ ‘ଏକ୍ ସଟ୍, ଜିତ୍ ଏକ୍ ପୁରସ୍କାର’ ସ୍ଲୋଗାନ ସହିତ ମେଗା ଟିକାକରଣ ବମ୍ପର ଡ୍ର କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ମଣିପୁରରେ ସ୍ବତନ୍ତ୍ର ଟିକାକରଣ ଅଭିଯାନ: ଟିକା ନେଲେ ଟିଭି, ମୋବାଇଲ ଫୋନ୍ ପୁରସ୍କାର ମିଳିବ
Advertisment
Follow Us