ଗଣିତରେ ୨ନମ୍ବର ରଖିଥିଲେ ଦିବ୍ୟାଙ୍ଗ ସୁପ୍ରିୟା, ପୁନଃ ମୂଲ୍ୟାଙ୍କନ ପରେ ଆସିଲା ୧୦୦ମାର୍କ

Advertisment
ଗଣିତରେ ୨ନମ୍ବର ରଖିଥିଲେ ଦିବ୍ୟାଙ୍ଗ ସୁପ୍ରିୟା, ପୁନଃ ମୂଲ୍ୟାଙ୍କନ ପରେ ଆସିଲା ୧୦୦ମାର୍କ

ହରିୟାଣା: ଖାତା ଦେଖା ସମୟରେ ଅନେକଙ୍କୁ ଭୁଲ ନମ୍ବର ଦିଆଯାଇଥିବା ଘଟଣା ପୂର୍ବରୁ ଘଟିଛି | ଏହି ଭୁଲ ପାଇଁ ଅନେକ ଛାତ୍ର-ଛାତ୍ରୀ ଜୀବନ ହାରୁଥିବା ବେଳେ ଅନେକ ପାଠ ପଢା ଛାଡି ଦେଇଥାନ୍ତି | କିନ୍ତୁ ହରିୟାଣାର ସୁପ୍ରିୟା ଗଣିତରେ ୨ନମ୍ବର ପାଇ ମଧ୍ୟ ନିଜର ଆତ୍ମବିଶ୍ୱାସକୁ କମ ହେବାକୁ ଦେଇନଥିବା ଜଣା ପଡିଛି | ଆଂଶିକଭାବେ ଦୃଷ୍ଟିଶକ୍ତି ହରାଇଥିବା ସୁପ୍ରିୟାଙ୍କୁ ବୋର୍ଡ ଅଫ ସ୍କୁଲ ଏଜୁକେସନ, ହରିୟାଣା (ବିଏସଏଚ୍) ସ୍କୁଲ ଶିକ୍ଷା ବୋର୍ଡ ଦ୍ୱାରା ଗଣିତରେ ମାତ୍ର ୨ ମାର୍କ ଦିଆଯାଇଥିଲା। ୨ନମ୍ବର ପାଇ ମଧ୍ୟ ନିଜ ଉପରେ ତାଙ୍କର ବିଶ୍ଵାସ ଥିବାରୁ ସେ ବାପାଙ୍କୁ ପୁନଃ ମୂଲ୍ୟାଙ୍କନ ପାଇଁ କହିଥିଲେ, ଯାହାପରେ ତାଙ୍କର ୧୦୦ନମ୍ବର ଆସିଥିବା ଜଣା ପଡିଛି | ଆଂଶିକଭାବେ ଦୃଷ୍ଟିଶକ୍ତି ହରାଇଥିବାରୁ ତାଙ୍କ ଗଣିତ ଖାତାର ମୂଲ୍ୟାଙ୍କନ ପ୍ରଥମେ ଭଲଭାବରେ କରାଯାଇନଥିବା କହିଛନ୍ତି ସୁପ୍ରିୟା |

"ଗଣିତ ପରୀକ୍ଷାରେ ମୋତେ ୨ମାର୍କ ଦିଆଯାଇଥିଲା, ଯାହା ପରେ ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ଥିଲି। ଏହା ପରେ ମୋ ବାପା ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିଲେ ଏବଂ ପୁନଃ ମୂଲ୍ୟାଙ୍କନ ପରେ ମୋତେ ୧୦୦ ମାର୍କ ମିଳିଥିଲା। ମୁଁ ବିଏସଏଚ୍ ବୋର୍ଡକୁ ଦାବି କରିବାକୁ ଚାହେଁ ଯେ, ଆଗକୁ ଏଭଳି କୌଣସି ଘଟଣା ନ ଘଟିବ ଉଚିତ୍ ବୋଲି କହିଛନ୍ତି ଦିବ୍ୟାଙ୍ଗ ସୁପ୍ରିୟା |

Supriya, a specially-abled student alleged that she was erroneously given only 2 marks in Mathematics by the Board of School Education, Haryana (BSHE) in her class 10 board examination newindianexpress

ସୁପ୍ରିୟାଙ୍କ ବାପା ଛଜଜୁରାମ କହିଛନ୍ତି ଯେ, ସୁପ୍ରିୟାକୁ ସମସ୍ତ ବିଷୟରେ ୯୦ରୁ ଅଧିକ ମାର୍କ ମିଲିଥବା ବେଳେ ଗଣିତରେ ତାଙ୍କୁ ମାତ୍ର ୨ନମ୍ବର ମିଳିଥିଲା | ଯାହା ପରେ ମୁଁ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିଲି। ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବାକୁ ମୁଁ ୫୦୦୦ଟଙ୍କା ଖର୍ଚ୍ଚ କରିଥିଲି। ମୁଁ ଜଣେ ଗଣିତ ଶିକ୍ଷକ। ମୋ ଝିଅ ଗଣିତ ବ୍ୟତୀତ ସମସ୍ତ ବିଷୟଗୁଡ଼ିକରେ ଭଲ ମାର୍କ ହାସଲ କରିଥିଲା, ତେଣୁ ମୁଁ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କଲି। ଯାହା ପରେ ତାକୁ ୧୦୦ ମାର୍କ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe