Tribune India
ନୂଆଦିଲ୍ଲୀ : ମାନହାନି ମାମଲାରେ ରାହୁଲ ଗାନ୍ଧି କୋର୍ଟ ଦ୍ବାରା ୨ ବର୍ଷର ଦଣ୍ଡାଦେଶ ପାଇବା ପରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କର ୱାୟନାଡ଼ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଭାରତର ନିର୍ବାଚନ କମିସନ ଏଥି ନେଇ ତରବର ନ ଥିବା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ବୁଧବାର କହିଛନ୍ତି ଯେ, ୨୦୧୯ର ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ କୋର୍ଟ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଛନ୍ତି। ତା’ଛଡ଼ା ଜନପ୍ରତିନିଧି ଆଇନର ଧାରା ୧୫୧ ଅନୁସାରେ ଉପନିର୍ବାଚନ କରାଇବା ଲାଗି କମିସନ ହାତରେ ଛଅ ମାସର ସମୟ ଅଛି। ତେଣୁ ଉପନିର୍ବାଚନ ପାଇଁ କମିସନ ଏବେ କୌଣସି ମତେ ଚିନ୍ତିତ ନାହାନ୍ତି।
ଇତିମଧ୍ୟରେ ସାଂସଦ ପଦ ହରାଇବା ପରେ ରାହୁଲ ଗାନ୍ଧିଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଆଦେଶ ଦିଆଯାଇଛି। ରାହୁଲ ମଧ୍ୟ ଆଦେଶ ପାଳନ କରିବେ ବୋଲି କହିଛନ୍ତି। କଂଗ୍ରେସର ଲିଗାଲ ଟିମ୍ ଅପରାଧିକ ମାନହାନି ମାମଲାରେ ରାହୁଲଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶକୁ ଚ୍ୟାଲେଂଜ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସୁରଟ୍ ଅଦାଲତରେ ଏ ନେଇ ଦିନେ ଦୁଇଦିନ ମଧ୍ୟରେ ଆବେଦନ କରାଯିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
Follow Us