ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of Zee News

ବଲାଙ୍ଗୀର: ଏଠାକାର ଭିଡ଼ ଦେଖି ଲାଗି ଲାଗୁଛି ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଏଠି ମା ଭଉଣୀଙ୍କୁ ଦେଖି ବିଜେଡିର ଦଶା ସ୍ପଷ୍ଟ ବାରି ହୋଇପଡୁଛି` ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ୍ ସରକାର। ଏଠାକାର ବିଜେଡି ସରକାର ଗରିବୀ ହଟାଇବାପାଇଁ କୌଣସି ପଦକ୍ଷେପ ନେଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ସହର ଉପକଣ୍ଠ ପଥରଚେପାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସମ୍ବୋଧନ କରି ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଓଡ଼ିଆ ସଂସ୍କୃତି ସଙ୍କଟରେ। କେମିତି ଓଡ଼ିଆ ଅସ୍ମିତା ବଞ୍ଚିବ। ଏଠାକାର ମହାପୁରୁଷମାନେ ଓଡ଼ିଶାର ଏଭଳି ଅବସ୍ଥା ଦେଖି କଣ ଭାବୁଥିବେ। ଏଣୁ ବିଜେପି ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ। ଜୁନ୍ ୪ ତାରି୍ଖ ହେଉଛି ବିଜେଡିର ଏକ୍ସପାରି ଡେଟ୍। ଜୁନ୍ ୧୦ ତାରିଖରେ ଭୁବନେଶ୍ବରରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଯିଏ ଓଡ଼ିଶା ମାଟିରେ ଜନ୍ମ ନେଇଥିବ, ଯିଏ ଏଠାକାର ସଂସ୍କୃତି ବିଷୟରେ ଜାଣିଥିବା। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଏଠାକାର ମୁଖ୍ୟମନ୍ତ୍ରୀ ଆପଣଙ୍କ କ୍ଷମତା କି ସାମର୍ଥ୍ୟ ବିଷୟରେ ଜାଣିନାହାନ୍ତି। ନବୀନ ବାବୁ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟା ଗାଁର ନାମ କହିପାରିବେନି। ଓଡ଼ିଶାରେଏଥର ଡବଲ ଇଞ୍ଜିନ ସରକାର। ମୁଖ୍ୟମନ୍ତ୍ରୀଙ୍କୁ ବାଣ ବାଜା ବଜାଇ ବିଦା କରନ୍ତୁ। ବିଜେଡିର ନେତାମାନେ ଧନୀ ହୋଇଗଲେଣି। କିନ୍ତୁ ଏଠାକାର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।

ଓଡ଼ିଶା ଗରିବ ମା’ ଭଉଣୀଙ୍କ ଜମା ଖାତାକୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବାକୁ ଚାହୁଁଛି। ହେଲେ ଓଡ଼ିଶା ସରକାର ସେ ଟଙ୍କାରୁ ମହିଳାମାନଙ୍କୁ ବଞ୍ଚିତ କରୁଛନ୍ତି। ଏଭଳି ସରକାର ଓଡ଼ିଶାରେ ରହିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି କହିଛନ୍ତି, ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା। ଆମ ସରକାର ପାଇକ ସଂଗ୍ରାମକୁ ସ୍ବୀକୃତି ଦେଇ ଡାକଟିକେଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe