ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଟିକାକରଣ ତ୍ବରାନ୍ବିତ କରିବାକୁ କହିଲେ ନିର୍ବାଚନ କମିସନ

Advertisment
ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଟିକାକରଣ ତ୍ବରାନ୍ବିତ କରିବାକୁ କହିଲେ ନିର୍ବାଚନ କମିସନ

indiatoday

ନୂଆଦିଲ୍ଲୀ: ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଟିକାକରଣ ତ୍ବରାନ୍ବିତ କରିବାକୁ କହିଲେ ନିର୍ବାଚନ କମିସନ। ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାକୁ ଆଖି ଆଗରେ ରଖି କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ନିର୍ବାଚନ କମିସନ କେନ୍ଦ୍ର ସରକାରକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ସମସ୍ତେ କରୋନାର ଦୁଇଟି ଟିକା ନେବା ଜରୁରୀ ବୋଲି ନିର୍ବାଚନ କମିସନ କହିଛନ୍ତି।

ସୂଚନା ମୁତାବକ, ୨୦୨୨ର ପ୍ରଥମ ତ୍ରୈମାସିକରେ ପାଞ୍ଚଟି ରାଜ୍ୟ- ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍ -୧୯ ମାମଲାରେ ବୃଦ୍ଧି ଏବଂ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଭାରତ‌ରେ ବଢ଼ୁଥିବାରୁ ଏହି ସବୁ ରାଜ୍ୟରେ ନିର୍ବାଚନ ଏବଂ ରାଲି କରିବା ନେଇ ଚିନ୍ତା ପ୍ରକଟ କରାଯାଇଛି।

ସୋମବାର ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ବାଚନ ଆୟୋଗକୁ ନିର୍ବ‌ାଚନ ହେବାକୁ ଥିବା ପ୍ରତ୍ୟେକ ରାଜ୍ୟରେ ଟିକାକରଣ ହାର ବିଷୟରେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡ ଏବଂ ଗୋଆରେ ସମସ୍ତେ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ଉତ୍ତରପ୍ରଦେଶରେ ୮୫ପ୍ରତିଶତ, ମଣିପୁର ଏବଂ ପଞ୍ଜାବରେ ୮୦ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।

ତଥ୍ୟ ପାଇବା ପରେ ଯେଉଁ ରାଜ୍ୟଗୁଡ଼ିକରେ ଟିକାକରଣ ସଂଖ୍ୟା କମ ରହିଛି ସେଠାରେ ଟିକାକରଣଙ୍କୁ ତ୍ବରାନ୍ବିତ କରିବାକୁ ନିର୍ବାଚନ କମିସନ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe