Image Courtesy of India Today
ହାଇଦ୍ରାବାଦ: ରବିବାର ଦିନ ଦଳେ ସାଙ୍ଗଙ୍କ ସହ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଆଡ଼କୁ ସ୍ପୋର୍ଟସ୍ ବାଇକ୍ ଚଢ଼ି ଯାଉଥିବା ଜଣେ ବ୍ୟକ୍ତି ଜଣେ ୧୧ ବର୍ଷୀୟ ବାଳିକାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇ ଯାଇଥିଲା।
ବେଙ୍ଗାଲୁରୁକୁ ପଡ଼ିଥିବା ୪୪ ନମ୍ବର ଜାତୀୟ ରାଜପଥସ୍ଥିତ ବୁଲାଲି ଗେଟ୍ର ସ୍ଥାନୀୟ ଅଧିବାସୀମାନେ ରାସ୍ତାଉପରକୁ ଉଠିଆସି ପ୍ରତିବାଦ ଜଣାଇବାରୁ ଯାନବାହନ ଚଳାଚଳ ବାଧା ପାଇଥିଲା।
ପୁଲିସ ଆସିବା ପୂର୍ବରୁ ପ୍ରତିବାଦକାରୀମାନେ ଉକ୍ତ ବାଇକ୍ ଆରୋହୀଙ୍କୁ ଧରି ଗଛରେ ବାନ୍ଧି ପକାଇଥିଲେ।
ସେ ଖଣ୍ଡକରେ ସ୍ପିଡ୍ବ୍ରେକର୍ ବସାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହା ଛଡ଼ା ସେ ବାଟ ଦେଇ ଆସୁଥିବା ଅନ୍ୟ ତିନି ଜଣ ମୋଟର୍ ସାଇକେଲ୍ ଆରୋହୀଙ୍କୁ ଆକ୍ରମଣ କରି ସେମାନଙ୍କ ମୋଟର୍ସାଇକେଲ୍ ଭଙ୍ଗାରୁଜା କରିଥିଲେ। ସେମାନେ ନଷ୍ଟ କରିଥିବା ବାଇକ୍ ମଧ୍ୟରେ ରହିଛି ଗୋଟିଏ ହାର୍ଲି ଡେଭିଡ୍ସନ୍ ବାଇକ୍।
ପରେ ପରେ ବେଙ୍ଗାଲୁରୁ ଗ୍ରାମୀଣ ପୁଲିସ ଘଟନାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
Follow Us