ଟ୍ରାଫିକ ସିଗନାଲ ଡେଇଁବାର ଭୁଲ କଲେ ଚାଳକ, ଭିଡିଓରେ ଦେଖନ୍ତୁ ତା' ପରର ଦୃଶ୍ୟ

ଟ୍ରାଫିକ ସିଗନାଲ ଡେଇଁବାର ଭୁଲ କଲେ ଚାଳକ, ଭିଡିଓରେ ଦେଖନ୍ତୁ ତା' ପରର ଦୃଶ୍ୟ

ହାଇଦ୍ରାବାଦ: ଟ୍ରାଫିକ ସିଗନାଲ ଡେଇଁବାର ଭୁଲ କଲେ ଚାଳକ | ତା'ପରେ ଘଟିଥିବା ଘଟଣାର ଦୃଶ୍ୟ ହେଲା ଭାଇରାଲ| ସୋସିଆଲ ମିଡିଆ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଏକ କାର ଧକ୍କା ଖାଇ ଓଲଟି ପଡୁଥିବା ଦେଖାଯାଇଛି | ସିଗନାଲ ନାଲି ଥିବା ଜାଣି ବି ଚାଳକ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲେ, ଯାହା ତାଙ୍କୁ ଭାରୀ ପଡିଥିଲା |

ସୂଚନା ମୁତାବକ, ଗୁରୁବାର ଦିନ ସିକନ୍ଦରାବାଦ କ୍ଲବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ ହେଉଥିବା ୪୦ ସେକେଣ୍ଡ୍ ଭିଡିଓରେ ଦେଖାଯାଇଛି ଯେ, ଟ୍ରାଫିକ୍ ଲାଇଟ୍ ନାଲି ଥିବା ସତ୍ୱେ କିଆ କାରେନ୍ସ ଚାଳକ ଦ୍ରୁତ ଗତିରେ ଗାଡି ଚଳାଇ ସିଗନାଲ କ୍ରସ କରିବାକୁ ଚେଷ୍ଟା କରୁଛନ୍ତି | ଏହି ସମୟରେ ଏକ ଇନୋଭା ଗାଡି ଆଗକୁ ଆସିଯିବାରୁ କିଆ କାର ଚାଳକ କାରରେ ପିଟି ହେଉଛନ୍ତି | ପିଟି ହେବା ପରେ କାରଟି ଗଡି ଗଡି ଆଗକୁ ଛିଟିକି ପଡୁଛି | କୁହାଯାଉଛି ଯେ, ଦୁର୍ଘଟଣା ପରେ ଗାଡ଼ିରେ ଥିବା ୨ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe