ଫୁଟପାଥରେ ଶୋଇଥିବା ୨ ଦିନ ମଜୁରିଆଙ୍କ ଉପରେ ଚଢିଗଲା କାର୍, ୧ ମୃତ

ଦିଲ୍ଲୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଫୁଟପାଥ୍ ରେ ଶୋଇଥିବା ଦୁଇ ଜଣ ଲୋକଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେବାଫଳରେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଗୁରୁତର ।

accident

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଫୁଟପାଥ୍ ରେ ଶୋଇଥିବା ଦୁଇ ଜଣ ଲୋକଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେବାଫଳରେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି ଶାହଦାରାର ଗୀତା କଲୋନୀ ଅଞ୍ଚଳରେ। 

ଆଜି ସକାଳେ ଗାନ୍ଧୀ ନଗରର ପୁସ୍ତା ରୋଡରେ ପୁଲିସ ଟିମ୍ ପହଞ୍ଚିବା ପରେ ଏକ କାର୍ ଫୁଟପାଥ୍ ଉପରେ ଚଢ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ ପହଞ୍ଚିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଦୁର୍ଘଟଣାରେ ସୋନୁ (୪୦) ଓ ମହମ୍ମଦ ଇସଲାମ (୩୮) ଆହତ ହୋଇ ଏସ୍ ଡିଏନ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସୋନୁଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ସୋନୁ ଓ ଇସଲାମ ଦୁର୍ଘଟଣା ସମୟରେ ଫୁଟପାଥରେ ଶୋଇଥିଲେ। ସେମାନେ ଉକ୍ତ ଅଂଚଳରେ ଦିନମଜୁରିଆ ଭାବେ କାମ କରୁଥିଲେ । ଉତ୍ତରପ୍ରଦେଶର ଲକ୍ଷ୍ନୌର ବାସିନ୍ଦା ସୋନୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଇସଲାମ ଚିକିତ୍ସାଧୀନ ଅଛନ୍ତି। କାର୍ ଚାଳକ ଶାସ୍ତ୍ରୀ ନଗରର ରାହୁଲ କୁମାର (୩୮)ଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe