ଷ୍ଟାର୍‌ବକ୍ସରେ ମିଳିବ ମସାଲା ଚା’, ଫିଲ୍‌ଟର କଫି

Advertisment
ଷ୍ଟାର୍‌ବକ୍ସରେ ମିଳିବ ମସାଲା ଚା’, ଫିଲ୍‌ଟର କଫି

Yemeksepeti

ନୂଆଦିଲ୍ଲୀ : ଷ୍ଟାରବକ୍ସ ଏହାର ଗ୍ରାହକମାନଙ୍କୁ ଦେଶୀ ମସଲା ଚା’ ଓ ଫିଲ୍‌ଟର କଫି ପ୍ରଦାନ କରିବ। କଂପାନି ଏହାର ମେନୁରେ ପରିବର୍ତ୍ତନ କରି ଭାରତୀୟଙ୍କ ପସନ୍ଦର ଏହି ଦୁଇ ପାନୀୟକୁ ସାମିଲ କରିଛି। ଏହା ବ୍ୟତୀତ ଗ୍ରାହକମାନେ ଷ୍ଟାରବକ୍ସରେ ଆସେମ୍ବଲ୍‌ଡ ସାଣ୍ଡ୍‌ୱିଚ୍, ମିଲ୍କସେକ୍, ଛୋଟ ଆକାର ସ୍ନାକ୍ସ ବି ଖାଇପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ଏହାର ବେଙ୍ଗାଲୁରୁ, ଗୁରୁଗାଓଁ, ଭୋପାଳ ଓ ଇନ୍ଦୋରରେ ଥିବା ଷ୍ଟୋର୍‌ରେ ଏହାର ପରୀକ୍ଷଣ କରୁଛି। ଏହି ନୂତନ ସାମଗ୍ରୀ ଦ୍ବାରା ଷ୍ଟାରବକ୍ସକୁ ଅଧିକ ଗ୍ରାହକ ଆସିବେ ବୋଲି କଂପାନିର ଓଡ଼ିଆ ସିଇଓ ସୁଶାନ୍ତ ଦାଶ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe