ଅବତରଣ ବେଳେ କାଳବୈଶାଖି କବଳରେ ପଡ଼ିଲା ସ୍ପାଇସ୍‌ଜେଟ୍‌ ବିମାନ; ଲଗେଜ୍‌ ପଡ଼ି ୪୦ ଯାତ୍ରୀ ଆହତ

Advertisment
ଅବତରଣ ବେଳେ କାଳବୈଶାଖି କବଳରେ ପଡ଼ିଲା ସ୍ପାଇସ୍‌ଜେଟ୍‌ ବିମାନ; ଲଗେଜ୍‌ ପଡ଼ି ୪୦ ଯାତ୍ରୀ ଆହତ

Image Courtesy of India Today

କୋଲ୍‌କାତା: ରବିବାର ଦିନ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିମାନ ବନ୍ଦରରେ ସ୍ପାଇସ୍‌ଜେଟ୍‌ର ଗୋଟାଏ ବିମାନ ଅବତରଣ କରୁଥିବା ବେଳେ କାଳବୈଶାଖି କବଳରେ ପଡ଼ି ଦୋହଲି ଯିବାରୁ କ୍ୟାବିନ୍‌ରୁ ଲଗେଜ୍‌ ଓ ବ୍ୟାଗ୍‌ ଖସି ପଡ଼ିବାରୁ ଅନ୍ୟୂନ ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି।

୪୦ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହୋଇପଡ଼ିଛି। ସାମାନ୍ୟ ଆହତ ହୋଇଥିବା ବାକି ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିଲେ ମଧ୍ୟ ଉକ୍ତ ୧୦ଜଣ ଯାତ୍ରୀ ବିପଦମୁକ୍ତ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷମାନେ କହିଛନ୍ତି।

ବିମାନଟି କିଭଳି କାଳବୈଶାଖି କବଳରେ ପଡ଼ିଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପାଗ ଅତ୍ୟନ୍ତ ଖରାପ ହୋଇପଡ଼ିବାରୁ ଆକାଶରେ ଥିବା ଅବସ୍ଥାରେ ବିମାନଟି ପବନରେ ଅସ୍ଥିର ହୋଇ ଦୋହଲି ଉଠିଥିଲା।

publive-image Image Courtesy of Flipboard

ଦୁର୍ଗାପୁରସ୍ଥିତ ଅଣ୍ଡାଲ୍‌ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ବତାସ ବହିବାରୁ ବିମାନଟି ଭାରସାମ୍ୟ ହରାଇ ଖୁବ୍‌ ଯୋରରେ ଦୋହଲି ଉଠିଥିଲା।ଫଳତଃ ବିମାନ ଭିତରେ ଯାତ୍ରୀମାନଙ୍କ ମୁଣ୍ଡ ଉପରେ ଥିବା କ୍ୟାବିନ୍‌ରୁ ବ୍ୟାଗ୍‌ ସବୁ ଖସିପଡ଼ିଥିଲା।

ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ‘ସ୍ପାଇସ୍‌ଜେଟ୍‌’ ଦେଇଥିବା ବିବୃତିରେ କହିଛି, ମୁମ୍ବାଇରୁ ଦୁର୍ଗାପୁର ଅଭିମୁଖେ ଯାଉଥିବା ‘ଏସ୍‌ଜି-୯୪୫’ ବୋଇଙ୍ଗ୍ ବି୭୩୭ ବିମାନଟି ଅବତରଣ କରିବା ବେଳେ ବତାସ ପ୍ରଭାବରେ ଦୋହଲି ଯିବାରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି।

ବିମାନଟି ଦୁର୍ଗାପୁରରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏଭଳି ଦୁଃଖଦ ଘଟଣା ପାଇଁ ‘ସ୍ପାଇସ୍‌ଜେଟ୍‌’ ଦୁଃଖ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe