ନୂଆଦିଲ୍ଲୀ: ବିମାନ ଇନ୍ଧନ ଦର ବୃଦ୍ଧି ଓ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କଥା କହି ସର୍ବନିମ୍ନ ବିମାନ ଯାତ୍ରା ଶୁଳ୍କ ୧୦%ରୁ ୧୫% ବୃଦ୍ଧି କରିବା ଲାଗି ‘ସ୍ପାଇସ୍ଜେଟ୍’ କହିଛି। ସୁରୁଖୁରୁରେ ବିମାନ ଚଳାଚଳ ବଜାୟ ରଖିବା ପାଇଁ ଯାତ୍ରୀ ଭଡ଼ା ବୃଦ୍ଧି ଅପରିହାର୍ଯ୍ୟ ବୋଲି ଏୟାର୍ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି।
Image Courtesy of India Today‘ସ୍ପାଇସ୍ଜେଟ୍’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜୟ ସିଂହ ଏ ସଂକ୍ରାନ୍ତରେ ବିବୃତି ଦେଇ କହିଛନ୍ତି, ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଯିବା ଘଟଣା ଏୟାର୍ଲାଇନ୍କୁ ବିଶେଷ ପ୍ରଭାବିତ କରିଛି। କାରଣ ଡଲାର୍ ବିନିମୟ ସୂତ୍ରରୁ ଆମର ପ୍ରମୁଖ ରାଜସ୍ବ ଆସିଥାଏ। ଏହାଛଡ଼ା, ଜେଟ୍ ଇନ୍ଧନ ମୂଲ୍ୟ ଦ୍ରୁତ ବୃଦ୍ଧି ଏବଂ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଦେଶ ମଧ୍ୟରେ ଚଳାଚଳ କରୁଥିବା ବିମାନଗୁଡ଼ିକ ତୁରନ୍ତ ସର୍ବନିମ୍ନ ଯାତ୍ରୀ ଭଡ଼ା ୧୦%ରୁ ୧୫% ନ ବଢ଼ାଇଲେ ଚଳିବ ନାହିଁ। ଅବାଧ ବିମାନ ଚଳାଚଳ ନିମନ୍ତେ ଏହା ଅତ୍ୟାବଶ୍ୟକ।
Image Courtesy of The Economic Timesବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଜୁନ୍ ୨୦୨୧ରୁ ‘ଏଭିଏସନ୍ ଟର୍ବାଇନ୍ ଫୁଏଲ୍’ (ବିମାନ ଇନ୍ଧନ) ୧୨୦% ବୃଦ୍ଧି ପାଇଛି। ଇନ୍ଧନ ଦର ଏତେ ପରିମାଣରେ ବୃଦ୍ଧି ପାଇଲେ ବିମାନ ଚଳାଇ ହେବନାହିଁ। ତେଣୁ ‘ଏଭିଏସନ୍ ଟର୍ବାଇନ୍ ଫୁଏଲ୍’ ଉପରୁ ଟିକସ ହ୍ରାସ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଗତ କିଛି ମାସ ହେବ ଆମେ ମହଙ୍ଗା ବାବଦ ଅତିରିକ୍ତ ମୂଲ୍ୟ ସହିଲୁ। ତାହା ଆମ ବିମାନ ଚଳାଚଳ ମୂଲ୍ୟର ୫୦%ରୁ ଅଧିକ ହେବ।
Follow Us